ଦ୍ଵାରଶୁଣି ଘାଟିରେ ପୁଣି ଦୁର୍ଘଟଣା
କାର ଉପରେ ଓଲଟି ପଡ଼ିଲା ବସ
5ଗୁରୁତର, 20ରୁ ଉର୍ଦ୍ଧ ଯାତ୍ରୀ ଆହତ
ବାରିପଦା (ପି.ଏନ.ଏସ.)
୪୯ ନମ୍ବର ଜାତୀୟ ରାଜପଥର ଦ୍ଵାରଶୁଣି ଘାଟିରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା. ଉଭୟ ବସ ଓ କାର ବିଶୋଇ ପଟୁ ବାଙ୍ଗିରିପୋଷି ଆଡ଼କୁ ଆସୁଥିବା ବେଳେ ଦ୍ଵାରଶୁଣି ଘାଟିରେ ଘଟିଛି ଦୁର୍ଘଟଣା. ତେବେ ଶ୍ରୀଗଣେଶ ନାମକ ଯାତ୍ରୀବାହି ଘୋରୋଇ ବସଟି କାରକୁ ଓଭରଟେକ କରୁଥିବା ସମୟରେ ଅସାବଧାନତା ହେତୁ ଭାରସାମ୍ୟ ହରାଇ କାର ଉପରେ ପାଲଟି ଯାଇଛି. ଫଳରେ ଉଭୟ ବସ ଓ କାରର ଯାତ୍ରୀ ମାନେ ଆହତ ହୋଇଥିବା ବେଳେ, 5ଜଣ ଗୁରୁତର ଏବଂ 20ରୁ ଉର୍ଦ୍ଧ ଯାତ୍ରୀ ଆହତ ହୋଇଛନ୍ତି. ଘଟଣା ସ୍ଥଳରେ ବାଙ୍ଗିରିପୋଷି ଅଗ୍ନିଶମ ବାହିନୀ ଏବଂ ଆମ୍ବୁଲାନ୍ସ ଟିମ ପହଞ୍ଚି ଆହତ ମାନଙ୍କୁ ଉଦ୍ଧାର କରି ପ୍ରାଥମିକ ଚିକିତ୍ସା ପାଇଁ ବାଙ୍ଗିରିପୋଷି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଛନ୍ତି. ବାଙ୍ଗିରିପୋଷି ପୋଲିସ ଘଟଣାର ଅଧିକ ତଦନ୍ତ କରୁଥିବା ବେଳେ, ଘାଟି ରାସ୍ତାରେ ବାରମ୍ବାର ଦୁର୍ଘଟଣା ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରତିକ୍ରିୟା ଦେଖିବାକୁ ମିଳିଛି. ତେବେ ବର୍ତ୍ତମାନ ଘାଟି ରାସ୍ତା କାମ ଚାଲିଥିବାରୁ ଦିନ 10 ଟା ରୁ 2ଟା ପର୍ଯ୍ୟନ୍ତ ମାଲବାହି ଟ୍ରକ ଚଳାଚଳ ପ୍ରଶାସନ ପକ୍ଷରୁ ନିଷିଦ୍ଧ କରାଯାଇଥିଲା ମାତ୍ର ତାହା କଡାକଡି ପାଳନ କରାଯାଉ ନଥିବାରୁ ଏବଂ ବେପରୁଆ ଗାଡି ଚାଳନା ପାଇଁ ଏଭଳି ବାରମ୍ବାର ଦୁର୍ଘଟଣା ଘଟୁଥିବାର ଜଣାଯାଇଛି.
