ଜିଲ୍ଲା କଂଗ୍ରେସ ସଭାପତିଙ୍କୁ ସମ୍ବର୍ଦ୍ଧନା ଓ ଭୋଟ ଚୋରୀ ଗାଦି ଛାଡ ପାଇଁ ଦସ୍ତଖତ ଅଭିଯାନ
ଦଶରଥପୁର/(ଭଞ୍ଜଦୂତ:ନିପ୍ର)ରିପୋର୍ଟର:ମାନସ କୁମାର ସାହୁ
ଦଶରଥପୁର:- ନୂତନ ଭାବେ ନିଯୁକ୍ତି ପାଇଥିବା ଯାଜପୁର ଜିଲ୍ଲା କଂଗ୍ରେସ ସଭାପତି ମାଗୁଣି ବଟକୃଷ୍ଣ ଜେନାଙ୍କୁ ଆଜି ଦଶରଥପୁର ଯୁବ କଂଗ୍ରେସ ପକ୍ଷରୁ ସମ୍ବର୍ଦ୍ଧନା ଜଣାଯାଇଛି। ଏହି ଅବସରରେ ସଂସଦର ବିରୋଧୀଦଳ ନେତା ରାହୁଲ ଗାନ୍ଧୀଙ୍କ ଆହ୍ୱାନ କ୍ରମେ ବିଜେପିର ମୋଦୀ ସରକାର ଭୋଟ ଚୋରୀ କରି କିପରି ସରକାରକୁ ଆସିଛି ତାର ପ୍ରମାଣ ଦେଇଛନ୍ତି, ଏହି ବାର୍ତ୍ତାକୁ ସମସ୍ତ ଗାଁ ଗାଁ ରେ ପହଞ୍ଚାଇବାକୁ ଦିଆଯାଇଥିବା ଆହ୍ୱାନ କ୍ରମେ ଏକ ଦସ୍ତଖତ ଅଭିଯାନ ଆୟୋଜନ କରାଯାଇଥିଲା। ଏଣୁ ମଙ୍ଗଳପୁର ବଜାର ଆରମ୍ଭ ପେଟ୍ରୋଲ ପମ୍ପ ଠାରୁ ପଦଯାତ୍ରା ଆରମ୍ଭ ହୋଇ କଲ୍ୟାଣମଣ୍ଡପ ପର୍ଯ୍ୟନ୍ତ ଏକ ପଦଯାତ୍ରା ଯୁବନେତା ଭରତ ଚନ୍ଦ୍ର ପରିଡା ଏବଂ ଚନ୍ଦ୍ର ଶେଖର ସାହୁଙ୍କ ନେତୃତ୍ୱରେ ଆୟୋଜନ କରାଯାଇଥିଲା। ଏହି ପଦଯାତ୍ରାରେ ନୂତନ ଜିଲ୍ଲା ସଭାପତି ମାଗୁଣି ବଟକୃଷ୍ଣ ଜେନା, ପିସିସିଙ୍କ ମୁଖ୍ୟ ପରାମର୍ଶଦାତା ସୁଧାଂଶୁ ଶେଖର ଦେଓ, ପର୍ଯ୍ୟବେକ୍ଷକ ହିମାଂଶୁ ଲେଙ୍କା, ବ୍ଲକ ସଭାପତି ଶ୍ୟାମ ସୁନ୍ଦର କର ପ୍ରମୁଖ ଯୋଗଦେଇଥିଲେ। ସରକାର ବିରୋଧୀ ନାର ଦେଇ କଲ୍ୟାଣ ମଣ୍ଡପ ଠାରେ ପହଂଚିବା ପରେ ଏକ ସଭା ଆୟୋଜନ କରାଯାଇଥିଲା। ଏଥିରେ ଜିଲ୍ଲା ସଭାପତି ଶ୍ରୀ ଜେନାଙ୍କୁ ସମ୍ବର୍ଦ୍ଧନା ଜଣାଇବା ସହିତ କଂଗ୍ରେସ କିପରି ଆଗକୁ ଯାଇ ଲୋକଙ୍କ କାର୍ଯ୍ୟ କରିବା ସହିତ ଭୋଟ ଚୋର ଗାଦି ଛୋଡ କାର୍ଯ୍ୟକ୍ରମ ପାଇଁ ଉପସ୍ଥିତ ଲୋକ ଏବଂ ଜନସାଧାରଣଙ୍କ ଠାରୁ ସଚେତନତା କରାଯାଇ ଦସ୍ତଖତ ସଂଗ୍ରହ କରାଯାଇଥିଲା। ସରପଞ୍ଚ ଲିପିକା ମଲିକ, ଛାତ୍ର ନେତା ଅନନ୍ତ କୁମାର, ଚନ୍ଦ୍ର ନାରାୟଣ ଦାସଙ୍କ ସମେତ ଶତାଧିକ ଯୁବ, ଛାତ୍ର କର୍ମୀ ଯୋଗଦେଇଥିଲେ।
