*ନୂଆପଡାରେ ମାଷ୍ଟର ଟ୍ରେନର ମାନେ ନିର୍ବାଚନ ଅଧିକାରୀ ମାନଙ୍କୁ ଇଭିଏମ୍, ଭିଭି ପାଟ ଓ ECINET (ନିର୍ବାଚନ କମିଶନ ଇଣ୍ଟରନେଟ୍ ନେଟୱାର୍କ) ଉପରେ ବ୍ୟବହାରିକ ତାଲିମ ଦେଲେ l*
ନୂଆପଡା(ମିଖାଏଲ ନନ୍ଦ)
ନୂଆପଡା ବିଧାନସଭା ଉପନିର୍ବାଚନ ପାଇଁ ମାଷ୍ଟର ଟ୍ରେନର ମାନେ ପ୍ରିଯାଇଡିଂ ଅଫିସର୍ ଓ ଫାଷ୍ଟ ପୋଲିଂ ଅଫିସର୍ ମାନଙ୍କୁ ଇଭିଏମ୍, ଭିଭି ପାଟର ବ୍ୟବହାରିକ ପ୍ରଶିକ୍ଷଣ ଉପରେ ତାଲିମ ପ୍ରଦାନ କରିଛନ୍ତି l ଏହା ସହିତ ECINET (ନିର୍ବାଚନ କମିଶନ ଇଣ୍ଟରନେଟ୍ ନେଟୱାର୍କ) ଅଧୀନରେ ଏକ ପ୍ରମୁଖ ଡିଜିଟାଲ୍ ପଦକ୍ଷେପ, PRO ମଡ୍ୟୁଲ୍ ଆପ୍ ଉପରେ ମଧ୍ୟ ବ୍ୟାପକ ତାଲିମ ଅଧିବେଶନ , ନେସନାଲ ହାଇସ୍କୁଲ, ଶିକ୍ଷକ ପ୍ରଶିକ୍ଷଣ ଅନୁଷ୍ଠାନ DIET ଏବଂ ମୃତ୍ତିକା ସଂରକ୍ଷଣ ସମ୍ମିଳନୀ ହଲ୍ ଭଳି ବିଭିନ୍ନ ତାଲିମ କେନ୍ଦ୍ରରେ ସଫଳତାର ସହିତ ଅନୁଷ୍ଠିତ ହୋଇଥିଲା।ସମସ୍ତ କେନ୍ଦ୍ରରେ ଜିଲ୍ଲାପାଳ ମଧୁସୂଦନ ଦାଶ ଉପସ୍ଥିତ ରହି ଅଧିକାରୀ ମାନଙ୍କୁ ପ୍ରଶିକ୍ଷିତ କରିବା ସହିତ ଉତ୍ସାହିତ କରିଥିଲେ l ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ପ୍ରଫୁଲ୍ଲ କୁଜୁର, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ ଏବଂ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ତାଲିମ ପାଇଁ ପ୍ରଥମେ ଜିଲ୍ଲା ସ୍ତରୀୟ ମାଷ୍ଟର ଟ୍ରେନର ମାନେ ଜାତୀୟ ସ୍ତରର ମାଷ୍ଟର ପ୍ରଶିକ୍ଷକଙ୍କ ଠାରୁ ତାଲିମ ଗ୍ରହଣ କରିଥିଲେ l ସେହିପରି ନୋଡାଲ୍ ଅଧିକାରୀ (IT) ବିନୟ କୁମାର ତିୱାରୀଙ୍କ ଦ୍ଵାରା, DGM ବୀରେନ୍ଦ୍ର ଦଣ୍ଡସେନାଙ୍କ ସହାୟତାରେ ECINET ଆପ୍ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସେମାନେ ଆପ୍ର କାର୍ଯ୍ୟକାରିତା ବ୍ୟାଖ୍ୟା କରିଥିଲେ, ଏହାର ବ୍ୟବହାରିକ ବ୍ୟବହାର ପ୍ରଦର୍ଶନ କରିଥିଲେ ଏବଂ ଏକ ସ୍ୱଚ୍ଛ ଏବଂ ଦକ୍ଷ ନିର୍ବାଚନ ପ୍ରକ୍ରିୟା ସୁନିଶ୍ଚିତ କରିବାରେ ଏହାର ଭୂମିକା ଉପରେ ଆଲୋକପାତ କରିଥିଲେ। ଅଂଶଗ୍ରହଣକାରୀ ମାନଙ୍କୁ ନିର୍ବାଚନ କାର୍ଯ୍ୟ ଇଭିଏମ୍, ଭିଭି ପାଟ ସଠିକ୍ ବ୍ୟବହାର ଓ ଆପ୍କୁ ପ୍ରଭାବଶାଳୀ ଭାବରେ ପରିଚାଳନା କରିବା ପାଇଁ ଟ୍ରେନିଂ ଦିଆଯାଇଥିଲା। ଆଜିର ଏହି ତାଲିମ୍ ଶିବିରରେ ୩୫ ଜଣ ମାଷ୍ଟର ଟ୍ରେନର ଓ ୪୩୦ ଜଣ ନିର୍ବାଚନ ଅଧିକାରୀ ଅଂଶ ଗ୍ରହଣ କରିଥିଲେ l ଏହି ସବୁ ଟ୍ରେନିଂ ଆଗାମୀ ନୂଆପଡ଼ା ବିଧାନସଭା ଉପ ନିର୍ବାଚନକୁ ସୁରୁଖୁରୁ ରେ ସମ୍ପନ୍ନ କରିବା ସହିତ ନିରପେକ୍ଷ, ମୁକ୍ତ ଏବଂ ଅବାଧ କରିବାରେ ସହାୟକ ହେବ ବୋଲି ଜିଲ୍ଲାପାଳ ଆଶା ପ୍ରକାଶ କରିଛନ୍ତି।ନିର୍ବାଚନ ସମ୍ବନ୍ଧୀୟ ସମସ୍ତ କାର୍ଯ୍ୟ ଦାୟୀତ୍ଵ ର ସହିତ ଠିକ୍ ସମୟରେ ସମ୍ପାଦନ କରିବା ପାଇଁ ସେ ଜିଲ୍ଲାର ସମସ୍ତ ଅଧିକାରୀ ଏବଂ କର୍ମଚାରୀ ମାନଙ୍କୁ ଆହ୍ବାନ ଦେଇଛନ୍ତି l
