କାଠବାରୀ ପଞ୍ଚାୟତ ରେ ଚକ୍ଷୁ ପରୀକ୍ଷା ଶିବିର
କେନ୍ଦୁଝର : ଗୁରୁବାର କେନ୍ଦୁଝର ଡେଭଲପମେଣ୍ଟ ଟ୍ରଷ୍ଟ, ପ୍ରଗତି ଫାଉଣ୍ଡେସନ ଟ୍ରଷ୍ଟ, ମଇଦାନ କେଲ ଏବଂ ଭୂମିକା ଚକ୍ଷୁ ଚିକିତ୍ସାଳୟ କେନ୍ଦୁଝର ର ମିଳିତ ଆନୁକୂଲ୍ୟରେ କାଠବାରୀ ପଞ୍ଚାୟତ କାର୍ଯ୍ୟାଳୟ ରେ ଚକ୍ଷୁ ପରୀକ୍ଷା ଶିବିର ଓ ମୋତିଆ ବିନ୍ଦୁ ଚି଼ହ୍ନଟ ଶିବିର ଅନୁଷ୍ଠିତ ହୋଇଯାଇଛି | ସରପଞ୍ଚ ଶ୍ରୀ ମତୀ ସୁକବତି ଖଣ୍ଡେଇ ମା’ ତାରିଣୀଙ୍କ ଫଟୋ ଚିତ୍ରରେ ପ୍ରଦୀପ ପ୍ରଜ୍ଜଳନ ସହ ପୁଷ୍ପ ପ୍ରଦାନ କରି ଚକ୍ଷୁ ପରୀକ୍ଷା ଶିବିରକୁ ଉଦଘାଟନ କରିଥିଲେ । ବରିଷ୍ଠ ଗାନ୍ଧୀବାଦୀ ସଂଗଠକ ତଥା କେନ୍ଦୁଝର ଡେଭଲପମେଣ୍ଟ ଟ୍ରଷ୍ଟ ର ସମ୍ପାଦକ ଶ୍ରୀ ଭକ୍ତବତ୍ସଳ ମହାନ୍ତି ଙ୍କ ସଂଯୋଜନାରେ ଅନୁଷ୍ଠିତ ଚକ୍ଷୁ ପରୀକ୍ଷା ଶିବିରରେ କାଠବାରୀ, ବୋଧବାହାଳି, କୁମାଳାବାହାଳି, ଖଜୁରୀପାଣି, ଲକ୍ଷ୍ମୀପୋଶି, ବାରିଗାଁ, ତୋରାଣୀପୋଖରୀ, ଜମୁନାପୋଶି, ଜଗନ୍ନାଥପୁର, ପୋଇପାଣି, ଦ୍ବାରିକାପୋଶି ଆଦି ଗ୍ରାମରୁ ୫୨ଜଣ ବନବାସୀ ଓ ଆଦିବାସୀ ବରିଷ୍ଠ ନାଗରିକଙ୍କର ଚକ୍ଷୁ ପରୀକ୍ଷା କରାଯାଇଥିଲା । ଭୂମିକା ଚକ୍ଷୁ ଚିକିତ୍ସାଳୟର ଜୋନାଲ ମ୍ୟାନେଜର ଶ୍ରୀ କର୍ଣାଟ
କିଶୋର ଜେନାଙ୍କ ତତ୍ତ୍ୱlବଧାନ ରେ , ଅପଟମ ସ୍ୱୟଂ ସୁନ୍ଦର ମାଇତି, ବରିଷ୍ଠ ଭିଜନ ଟେକନିସିଆନ ଲାଲିମା ଜେନା, ସ୍ୱାସ୍ଥ୍ୟ ସେବିକା ଅର୍ଣ୍ଣ ପୂର୍ଣ୍ଣା ମହାନ୍ତ,ସବିତା ନାଏକ ,କ୍ଷେତ୍ରୀୟ ସଂଗଠକ ସ୍ୱରଜ କୁମାର ବାରିକ, ପ୍ରମୁଖ ୧୧ଜଣ ବରିଷ୍ଠ ନାଗରିକ ଙ୍କର ମୋତିଆ ବିନ୍ଦୁ ଚିହ୍ନଟ କରିଥିଲେ । ଶିବିର ସ୍ଥଳରୁ ଭୂମିକା ଚକ୍ଷୁ ଚିକିତ୍ସାଳୟର ମୋବାଇଲ ଭ୍ୟାନ ଯୋଗେ କେନ୍ଦୁଝର କୁ ଅସ୍ତ୍ରୋପଚାର ପାଇଁ ପ୍ରେରଣ କରାଯାଇଥିଲା। ତେବେ ୧୮ ଜଣ ରୋଗୀ ଙ୍କୁ ମାଗଣା ଚାଳିଶା ଚଷମା କେନ୍ଦୁଝର ଡେଭଲପମେଣ୍ଟ ଟ୍ରଷ୍ଟ ପକ୍ଷରୁ ବଣ୍ଟନ କରାଯାଇଛି । ଏହି ଚକ୍ଷୁ ପରୀକ୍ଷା ଶିବିରକୁ ପରିଚାଳନା, ରୋଗୀ ନେବା ଆଣିବା, ଭୂମିକା ଚକ୍ଷୁ ଚିକିତ୍ସାଳୟକୁ ପଠାଇବାରେ ପ୍ରଗତା ଫାଉଣ୍ଡେସନର ସଭାପତି ଶ୍ରୀ ମନୋଜ କୁମାର ମହାନ୍ତ, ଟ୍ରଷ୍ଟି ତ୍ରିଲୋଚନ ମହାନ୍ତ, ଡମ୍ବରୁଧର ମହାନ୍ତ, ଲକ୍ଷ୍ମୀଧର ମହାନ୍ତ, ପ୍ରମୁଖ ସହଯୋଗ କରିଥିଲେ ।
