ଧର୍ମେନ୍ଦ୍ର: ବିଜୟର ଗ୍ୟାରେଣ୍ଟି
ବିହାର ରେ ସାଜିବେ ସରକାର ଗଠନର ସୂତ୍ରଧର
ଭୁବନେଶ୍ବର (ଭଞ୍ଜଦୂତ):
ବିହାର ନିର୍ବାଚନ ପାଇଁ ବିଗୁଳୁ ବାଜି ସାରିଛି। ଓଡିଆ ପୁଅ ଧର୍ମେନ୍ଦ୍ର ପ୍ରଧାନ ଉପରେ ବଡ଼ ଦାୟିତ୍ଵ। ନିର୍ବାଚନ ପାଇଁ ବିହାରରେ ପହଞ୍ଚିଲେ ବିଜୟର ଗ୍ୟାରେଣ୍ଟର ଧର୍ମେନ୍ଦ୍ର ପ୍ରଧାନା ବିହାରରେ ଏନଡିଏର ପୁଣି ଥରେ ଜିତାପଟ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଭାରୀ ଭାବେ ଦାୟିତ୍ଵ ଦିଆଯାଇଛି | ସେ ମଧ୍ୟ ଏନଡିଏ ମେଣ୍ଟକୁ ବିଜୟ ତିଳକ ପିନ୍ଧାଇବାକୁ ନିଜସ୍ବ ରଣନୀତି ଆରମ୍ଭକରିଦେଇଛନ୍ତି |
ଧର୍ମେନ୍ଦ୍ରଙ୍କ ପାଇଁ ବିହାର ନୂଆ ନୁହେଁ ସେ ପୂର୍ବରୁ ୨୦୧୦ରେ ବିହାରର ସହାପ୍ରଭାରୀ ଥିଲେ | ସେତେବେଳେ ସେ
ଏନଡିଏ ମେଣ୍ଟକୁ ରେକର୍ଡ ୨୪୩ ଆସନରୁ ୨୦୬ ଆସନରେ ଜିତାଇଥିଲେ | ଏମିତିବି ବିହାରରେ ଧର୍ମେନ୍ଦ୍ରଙ୍କ ଟ୍ରାକ ରେକର୍ଡ ବେଶ ଭଲ ୨୦୧୪ ଲୋକସଭା ନିର୍ବାଚନରେ ମଧ୍ୟ ଧର୍ମେନ୍ଦ୍ରଙ୍କ ନେତୃତ୍ବରେ ଏନଡିଏ ଲଢ଼ିଥିଲା | ସେ ସମୟରେ ବିଜେପି ୪୦ ଲୋକସଭା ଆସନରୁ ୩୧ ଦଖଲ କରିଥିଲା।
କେବଳ ବିହାର ନୁହେଁ, ଯେଉଁ ରାଜ୍ୟ ଦାୟିତ୍ଵ ନେଇଛନ୍ତି ସେହି ରାଜ୍ୟରେ ଧର୍ମେନ୍ଦ୍ର ବିଜେପି ର ବିଜୟ ଧ୍ୱଜା ଉଠାଇଛନ୍ତି | ହରିୟାନାରେ ବିଜେପିର ତୃତୀୟ ଥର ବିଜୟର ସୂତ୍ରଧର ଥିଲେ ଧର୍ମେନ୍ଦ୍ର । ହରିୟାନାରେ ୯୦ରୁ ୪୮ ଆସନରୁ ଜିତିଥିଲା ବିଜେପି | ଦେଖିବାକୁ ବାକି ରହିଲା ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିହାର ରେ କେଉଁ ଫର୍ମୁଲା ପକାଇ ବିଜେପି କୁ ବିଜୟର ମୁକୁଟ ପିନ୍ଧାଉଛନ୍ତି।
