*ଆସନ୍ତା ନଭେମ୍ବର 2 ରେ ଆର ଏସ ଏସ ର ଯୁବ ସମ୍ମିଳନୀ ପାଇଁ ବ୍ୟାପକ ପ୍ରସ୍ତୁତି*
ତାଳଚେର : ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ଚଳିତ ବର୍ଷ ଶତ ବାର୍ଷିକୀ ପାଳନ କରୁଛି |ସମଗ୍ର ଦେଶରେ ଏହାକୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ ଚାଲୁ ରହିଛି |ସଂଘ ର ପଥ ସଂଚଳନ ତଥା ଶତ ବାର୍ଷିକୀ ଆରମ୍ଭ କାର୍ଯ୍ୟକ୍ରମ କିଛିଦିନ ମଧ୍ୟରେ ଶେଷ ହୋଇଛି |ସର୍ବବ୍ୟାପୀ ସର୍ବସ୍ପର୍ଶୀ କରିବା ଲକ୍ଷରେ ଆଠଟି କାର୍ଯ୍ୟକ୍ରମ ଶତାବ୍ଧି ବର୍ଷରେ ସଂଘ ହାତକୁ ନେଇଛି |ଆସନ୍ତା ନଭେମ୍ବର ଦୁଇ ତାରିଖ ରେ ସଂଘ ର ଯୁବ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ, ସମଗ୍ର ତାଳଚେର ଉପଖଣ୍ଡ ର ତାଳଚେର ନଗର ତାଳଚେର ସଦର ଖଣ୍ଡ, ଓ କଣିହାଁ ଖଣ୍ଡ ର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା 18 ବର୍ଷରୁ 40 ବର୍ଷ ମଧ୍ୟରେ ଯୁବକ ମାନେ ଏଥିରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି |ଆଜି ତାଳଚେର ଦେଉଳବେଡା ବିଏମଏସ କାର୍ଯ୍ୟାଳୟ ଠାରେ ଏ ସଂକ୍ରାନ୍ତ ରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି |ସମଗ୍ର ତାଳଚେର ଉପ ଖଣ୍ଡ ର କଣିହାଁ ବ୍ଲକ, ତାଳଚେର ବ୍ଲକ ଓ ତାଳଚେର ପୌରାଞ୍ଚଳ ର ଦୁଇ ହଜାର ରୁ ଉର୍ଦ୍ଧ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଯୁବକ ଯୋଗଦେବାକୁ ବୈଠକ ରେ ଆଲୋଚନା ହୋଇଥିଲା |ଦିନ ତମାମ ବିଭିନ୍ନ ବିଷୟ ଉପରେ ଯୁବକ ମାନଙ୍କୁ ଟ୍ରେନିଙ୍ଗ ଦିଆଯିବାର ନିଷ୍ପତ୍ତି ହୋଇଛି |ଉକ୍ତ ଯୁବ ସମ୍ମିଳନୀ ରେ ସଂଘ ର ବରିଷ୍ଠ ପଦାଧିକାରୀ ମାନେ ଯୋଗଦେଇ ମାର୍ଗ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି |ଏଥିପାଇଁ ବ୍ୟାପକ ଭାବେ ସମସ୍ତ କ୍ଷେତ୍ର ଉପରେ ଗୁରୁତ୍ୱ ଦେଇ କାର୍ଯ୍ୟକ୍ରମ କରାଯିବାକୁ ବୈଠକ ରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଯାଇଛି |ଆଜିର ବୈଠକ ରେ ସହ ଜିଲ୍ଲା ସଂଘ ଚାଳକ ଗିରିଧାରୀ ଶତପଥୀ, ସହ ଜିଲ୍ଲା କାର୍ଯ୍ୟବାହ ବାବୁଲି ସାମଲ, ସହ ଜିଲ୍ଲା ବ୍ୟବସ୍ଥା ପ୍ରମୁଖ ଅଶୋକ ଲାଲ ଅଗ୍ରୱାଲ, ନଗର ସଂଘ ଚାଳକ ପ୍ରମୋଦ କୁଣ୍ଡୁ, ତାଳଚେର ଖଣ୍ଡ ସଂଘ ଚାଳକ ଭୁବନାନନ୍ଦ ପ୍ରଧାନ, କଣିହାଁ ଖଣ୍ଡ ର କାର୍ଯ୍ୟବାହ ପବିତ୍ର ମୋହନ ସାହୁ, ତାଳଚେର ନଗର କାର୍ଯ୍ୟବାହ ସୂର୍ଯ୍ୟକାନ୍ତ ମହାନ୍ତି, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ମାୟାଧର ସାହୁ, କାର୍ଯ୍ୟକ୍ରମ ର ସହ ବ୍ୟବସ୍ଥା ପ୍ରମୁଖ ପର୍ଶୁରାମ ବାରିକ, ରଂଜିତ ମହାପାତ୍ର, ବାଉରୀ ବନ୍ଧୁ ବେଜ ଙ୍କ ସମେତ ବହୁ କାର୍ଯ୍ୟକର୍ତା ଯୋଗ ଦେଇଥିଲେ |
