ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଆଭାସୀ ମାଧ୍ୟମରେ ସୋସିଆଲ ମିଡ଼ିଆ ଖବର ସମ୍ପର୍କିତ ସମୀକ୍ଷା କଲେ ଜିଲ୍ଲାପାଳ
ବୁଧବାର ରାତି 7 ଘଣ୍ଟା ସମୟରେ ସାମାଜିକ ଗଣ ମାଧ୍ୟମରେ ବାହାରି ଥିବା ବିଭିନ୍ନ ବିଭାଗର ଖବରର ସତ୍ୟାସତ୍ୟ ପରୀକ୍ଷା ଓ କାର୍ଯ୍ୟାନୁଷ୍ଠାନ ସମ୍ପର୍କିତ ଆଭାସୀ ମାଧ୍ୟମରେ ସମୀକ୍ଷା କରିଛନ୍ତି ଜିଲ୍ଲାପାଳ ବିଭୁତି ଭୁଷଣ ନାୟକ l ଜିଲ୍ଲାପାଳ ନିଜ କାର୍ଯ୍ୟାଳୟରୁ ଆଭାସୀ ମାଧ୍ୟମରେ ସମୀକ୍ଷା କରିଥିଲେ ଓ ଜିଲ୍ଲାର ସମସ୍ତ ଅଧିକାରୀ ମାନେ ସେଥିରେ ଜୋଡି ହୋଇଥିଲେ | ସାମାଜିକ ଗଣ ମାଧ୍ୟମରେ ପ୍ରକାଶ ପାଇଥିବା ଲୋକଙ୍କ ବିଭିନ୍ନ ସମସ୍ୟା ଓ ଅଭିଯୋଗର କ୍ଷେତ୍ର ପରିଦର୍ଶନ କରି ସତ୍ୟତା ତଦନ୍ତ ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ସହ ସମସ୍ତ ଅଧିକାରୀଙ୍କୁ କ୍ଷେତ୍ର ପରିଦର୍ଶନ ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜ଼ିଲ୍ଲାପାଳ ଜିଲ୍ଲାର ସମସ୍ତ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ l
