ସୋର ମାଟିଆପଲା ଛକରୁ ଜବରଦଖଲକୁ ପ୍ରଶାସନ ତରଫରୁ ଉଚ୍ଛେଦ
ସୋର: (ନିପ୍ର)ସୋର ତହସିଲ୍ ପକ୍ଷରୁ ଜବରଦଖଲ ଉଚ୍ଛେଦ କାର୍ଯ୍ୟକ୍ରମ ଜାରି ରହିଛି। ସୋରରେ ପ୍ରଶାସନ ନେଲା ଦୃଢ଼ ନିଷ୍ପତ୍ତି। ସୂଚନା ଅନୁସାରେ ସୋର ମାଟିଆପଲା ଛକରୁ ମାଣିପୁରୁ ରାସ୍ତାରେ ଉଭୟ ପାର୍ଶ୍ବରେ ଜବରଦଖଲକୁ ସୋର ପୁର୍ତ୍ତ ବିଭାଗ,ସୋର ତହସିଲ ପକ୍ଷରୁ ଉଚ୍ଛେଦ କରାଯାଇଛି। ଅନ୍ୟ ପକ୍ଷରେ ପ୍ରଶାସନର ନିର୍ଦ୍ଦେଶକୁ ସମ୍ମାନ ଜଣାଇ ଉଛେଦ ପୂର୍ବରୁ ବହୁ ଦୋକାନୀ ଏବଂ ସାଧାରଣ ଜନତା ନିଜ ଘର ଗୁଡ଼ିକ ର ଆସବାବପତ୍ର ହଟାଇ ଦେଇଥିଲେ। ଦୀର୍ଘ ଦିନ ଧରି ହୋଇଥିବା ଏହି ଜବରଦଖଲ କାରଣରୁ ଅନେକ ସମୟରେ ରାସ୍ତା ଜାମ ସହିତ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଥିଲା। ସଂନ୍ଧ୍ୟା ସମୟରେ ପ୍ରବଳ ଭିଡ଼ ହେଉଥିବା ଯୋଗୁଁ ଯାତାୟାତରେ ବହୁ ଅସୁବିଧା ସୃଷ୍ଟି ହେଉଥିଲା। ଏ ନେଇ ଗତ ୧୨ତାରିଖରେ ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ ପାଇଁ ଡାକବାଜି ଯନ୍ତ୍ର ମାଧ୍ୟମରେ ଅବଗତ କରାଯାଇଥିଲା। ଆଜି ସୋର ତହସିଲଦାର ଦୈତାରି ମଲ୍ଲିକ, ଅତିରିକ୍ତ ତହସିଲଦାର , ପୁର୍ତ୍ତ ବିଭାଗ ସମେତ ସୋର ପୋଲିସ ଓ ଟାଟା ପାୱାର ର ଅଧିକାରୀ ଙ୍କ ଉପସ୍ଥିତିରେ ଏହି ଜବରଦଖଲକୁ ଉଚ୍ଛେଦ କରାଯାଇଥିଲା। ଏଠି ପ୍ରଶ୍ନ ଉଠେ କଣ ପାଇଁ କାହା ଅନୁମତି ନେଇ ସରକାରୀ ଜାଗାକୁ ଦୀର୍ଘ ଦିନ ହେଲା କବଜା କରିବା ସତ୍ୱେ ପ୍ରଶାସନ କାହିଁକି କାର୍ଯ୍ୟାନୁଷ୍ଠାନ ନେଉ ନ ଥିଲା ?
