ପୁଲିସ ଉପରୁ ଉଠୁଛି ଆସ୍ଥା, ଦିନ ଦ୍ବିପହରରେ ପୂଜକ ମାରାତ୍ମକ ଆକ୍ରମଣ।
ସୋର,(ଭଞ୍ଜଦୂତ, ନିପ୍ର): ସୋର ରେ ଡକାୟତ ଙ୍କ ପ୍ରାଦୁର୍ଭାବ। ଦିନ ଦ୍ୱିପ୍ରହରେ ସୋର ଥାନା ଚମ୍ପୁ ଛକ ନିକଟରେ ଜଣେ ପୂଜକଙ୍କୁ ହାଣି ଦୁର୍ବୁର୍ତ୍ତ ମାନେ ଲୁଟ କରିଥିବା ଜଣାପଡିଛି। ଏଥିରେ ପୁଜକ ଜଣଙ୍କ ଗୁରୁତର ଆହତ ହୋଇଛନ୍ତି। ସୁଚନା ଅନୁସାରେ ସୋର ଥାନା ବଡ଼ଖୁରି ଗ୍ରାମର ଦିନବନ୍ଧୁ ପାଣିଗ୍ରାହୀ ଜଣେ ପୁଜକ । ଆଜି ମଧ୍ୟାହ୍ନରେ ପୂଜାସାରି ସାଇକେଲ ଯୋଗେ ଫେରୁଥିବା ବେଳେ ଚମ୍ପୁ ଛକ ନିକଟରେ ତିନିଜଣ ଦୁର୍ବୁର୍ତ ଗୋଟିଏ ବାଇକରେ ଆସି ତାଙ୍କୁ ଅତର୍କିତ ଭାବେ ଆକ୍ରମଣ କରିଥିଲେ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାକୁ ନେଇଥିବା ବେଳେ ସେଠାରେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।ସୋର ପୁଲିସର ନିସ୍କ୍ରିୟତା ପାଇଁ ଦିନ ଦ୍ୱିପ୍ରହରେ ଅପରାଧିମାନେ ଏପରି ଅପରାଧିକ ମାମଲା ଘଟାଉଥିବାରୁ ଲୋକେ ନିଜକୁ ସୁରକ୍ଷିତ ମନେ କରୁନାହାନ୍ତି। ଜିଲ୍ଲା ଆରକ୍ଷୀ ଅଧିକାରୀ ସୋରରେ ଜଣେ ଦକ୍ଷ ଓ କର୍ତ୍ତବ୍ୟ ବାନ ଅଧିକାରୀଙ୍କୁ ନିଯୁକ୍ତି ଦେବାକୁ ସାଧାରଣରେ ଦାବି ହୋଇଛି।
