*ନୂଆପଡ଼ା ଜିଲ୍ଲା ଖରୀଆର ରୋଡ ଠାରେ ବିଜେଡ଼ି ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହେବାକୁ ଥିବା ବେଳେ ଯାତ୍ରା ବାତିଲ, ମହିଳା ସମାବେଶ ଅନୁଷ୍ଠିତ, ରାଜୁ ଭାଇ ଅମର ରହେ ସ୍ଳୋଗାନ ରେ ପ୍ରକମ୍ପିତ ଖରୀଆର ରୋଡ*
ନୂଆପଡା (ମିଖାଏଲ ନନ୍ଦ)
ନୂଆପଡ଼ା ଜିଲ୍ଲା ଖରୀଆର ରୋଡ ଠାରେ ବିଜେଡ଼ି ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହେବାକୁ ଥିବା ବେଳେ ଯାତ୍ରା ବାତିଲ, ମହିଳା ସମାବେଶ ଅନୁଷ୍ଠିତ, ରାଜୁ ଭାଇ ଅମର ରହେ ସ୍ଳୋଗାନ ରେ ପ୍ରକମ୍ପିତ ଖରୀଆର ରୋଡ। ଏକ ଶୋଭାଯାତ୍ରା ଖରୀଆର ରୋଡ ରୁ ବାହାରି ବା କାର୍ଯ୍ୟକ୍ରମ ଥିବା ବେଳେ ମହିଳା ମାନେ ବିନା ଝଣ୍ଡା ଏବଂ ଦଳୀୟ ଚିହ୍ନ ନ ଧରି ପଦଯାତ୍ରା କରିଥିଲେ। ଏହି ପଦଯାତ୍ରା ରେ ଦଳୀୟ ନେତା ଙ୍କ ସଂଖ୍ୟା ମଧ୍ୟ ନାହିଁ କହିଲେ ଚଲେ। ଖରୀଆର ରୋଡ ଏନ୍ ଏ ସି ଉପାଧ୍ୟକ୍ଷ ନିଶାନ୍ତ ଡ଼ାଗା ଉଦବୋଧନ ଦେଇଥିଲେ। ଜୟ ଢୋଲକିଆ ତୁମ ସହ ଥିବା ନାରା ଦେଇଥିବା ବେଳେ ରାଜୁ ଭାଇ ଅମର ରହେ ସ୍ଳୋଗାନ ଦେଇଥିଲେ। ଏହି ସ୍ଳୋଗାନ ରେ ମହିଳା ମାନେ ହାତ ଉଠାଇ ସମର୍ଥନ ଜଣାଇଛନ୍ତି। ଉପନିର୍ବାଚନ ପୂର୍ବ ରେ ହେଉଅଛି ମିଶ୍ରଣ ପର୍ବ। ଏହା ଏକା ସ୍ଵାଭାବିକ ପ୍ରଥା ଓ ପରମ୍ପରା ଅଟେ। ତେଣୁ ଚାକିତ୍ ଓ ଆଶ୍ଚର୍ୟ୍ଯ ହେବା ବିଷୟ ନୁହେଁ। ଦଳ ପରିବର୍ତ୍ତନ କରି ନିଜ ସ୍ଥିତି ମଜଭୁତ କରିବା ଏକ ଅଭ୍ୟାସ ଅଟେ।
