ମଣ୍ଡଳ ସ୍ତରୀୟ ବିଜ୍ଞାନ ଆଲୋଚନା ଚକ୍ର।
ଦଶରଥପୁର ଉତ୍ତମ କୁମାର ଦାସ ,ବିଂଝାରପୁର ବ୍ଲକ ଅନ୍ତର୍ଗତ ପିଏମ ଶ୍ରୀ ଉତଙ୍ଗରା ଉଚ୍ଚ ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷକ ସୁରେଶ କୁମାର ଓଝାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥିଭାବେ ବ୍ଲକ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ସତ୍ୟବ୍ରତ ମିଶ୍ର ଯୋଗଦାନ କରିଥିଲେ। ମୁଖ୍ୟ ବକ୍ତାଭାବେ ପଦାର୍ଥ ବିଜ୍ଞାନୀ ଅଧ୍ୟାପକ ନଳିନୀ କାନ୍ତ ଜେନା। ସମ୍ମାନିତ ଅତିଥିଭାବେ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ବଳରାମ ପତି, ପଦାର୍ଥ ବିଜ୍ଞାନୀ ଅଧ୍ୟାପକ ଲଲାଟେନ୍ଦୁ କେଶରୀ ମହାପାତ୍ର,ବିଜ୍ଞାନ ଶିକ୍ଷକ ସଂଘର ସମ୍ପାଦକ ଶ୍ରୀଯୁକ୍ତ ବ୍ରହ୍ମାନନ୍ଦ ବାରିକ, ଏସ ଜି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଜଗନ୍ନାଥ ବେହେରା, ଆଞ୍ଚଳିକ ସାଧନ କେନ୍ଦ୍ରର ସଂଯୋଜକ ପ୍ରମୋଦ କୁମାର ନାୟକ, ଭାସ୍କର ସାମଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦିନବନ୍ଧୁ ସାହୁ ଯୋଗଦାନ କରିଥିଲେ। କ୍ବାଷ୍ଟମ ଯୁଗ ଆରମ୍ଭ :ଆହ୍ବାନ ଓ ସମ୍ଭାବନା ଶୀର୍ଷକ ଆଲୋଚନା କରାଯାଇଥିଲା। ଏହି ଆଲୋଚନା ଚକ୍ରରେ ୪୫ ଜଣ ପ୍ରତିଯୋଗୀ ବିଭିନ୍ନ ଉଚ୍ଚ ବିଦ୍ୟାଳୟ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ବିଚାରକ ଭାବେ ବରୁଣେଶ୍ବର ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନୀ ଅଧ୍ୟାପକ ନଳିନୀ କାନ୍ତ ଜେନା ଓ ସାଧୁ ଗୌଢେଶ୍ବର କଲେଜର ପଦାର୍ଥ ବିଜ୍ଞାନୀ ଅଧ୍ୟାପକ ଲଲାଟେନ୍ଦୁ କେଶରୀ ମହାପାତ୍ର, ଯୋଗ ଦେଇଥିଲେ।ଏହି ଆଲୋଚନା ଚକ୍ରରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ ବିଦ୍ୟାଶୀଂ ସାମଲ ଉତ୍ତରକୁଳ ଆଦର୍ଶ ବିଦ୍ୟାଳୟ, ଦିତୀୟ ସ୍ଥାନ ଅଧିକାର କରିଥିଲେ ଶୁଭଙ୍କର ବେହୁରିଆ, ବରୁଣେଶ୍ବର ଉଚ୍ଚ ବିଦ୍ୟାଳୟ, ତୃତୀୟ ସ୍ଥାନ ଅଧିକାର କରିଥିଲେ ବିଶ୍ବଭୁଷଣ ବେହେରା, ରାଉତରାୟ ଉଚ୍ଚ ବିଦ୍ୟାଳୟ। ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷକ ରାକେଶ କୁମାର ନାୟକ, ସରୋଜ କୁମାର ଯେନା, ସିରିଶ ତନ୍ଦ୍ର ସଏ,ସ୍ବସ୍ତି ସୁନ୍ଦର ଜେନା, ଜଗନ୍ନାଥ ବାନରା, ସସ୍ମିତା ସାହୁ, ସୁଶାନ୍ତ ମିଶ୍ର, ସଞ୍ଜୟ କୁମାର ଧଳ, ପ୍ରହ୍ଲାଦ ଦାସ, ଧରିତ୍ରୀ ବେହେରା ସମେତ କର୍ମଚାରୀ ସହଯୋଗ କରିଥିଲେ।ବିଜ୍ଞାନ ଶିକ୍ଷକ ରଶ୍ମି ରଞ୍ଜନ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।
