“ମାନବ ସେବା ହିଁ ମାଧବ ସେବା” ତରଫରୁ ଗୋପବନ୍ଧୁ ଜୟନ୍ତୀ ପାଳିତ —————-
ହୀରାକୁଦ – ଅକ୍ଟୋବର ୯ ତାରିଖ, ଗୋପବନ୍ଧୁ ଜୟନ୍ତୀ ଅବସରରେ “ମାନବ ସେବା ହିଁ ମାଧବ ସେବା” ଅନୁଷ୍ଠାନ ତରଫରୁ ହୀରାକୁଦର ଷ୍ଟୋର ଛକରେ ଥିବା ଉତ୍କଳମଣୀ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ସକାଳ ୧୦ ଟାରେ ପୁଷ୍ପ ମାଲ୍ୟ ଅର୍ପଣ କରିବା ସହ ଭାବପୂର୍ଣ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଥିଲା l ତାପରେ ସକାଳ ୧୧ ଟାରେ ହୀରାକୁଦର ଗୁଣ୍ଡୁରୁପଡା ଠାରେ ବୃକ୍ଷରୋପଣ କରାଯାଇଥିଲା l ତାପରେ ଦିନ ୧୨ ଟାରେ ହୀରାକୁଦର ନୂଆ ଗୋଜାତଲରେ ଥିବା ଅସହାୟ ନିଃସହାୟ ବୃଦ୍ଧ/ଵୃଦ୍ଧାଙ୍କୁ କମ୍ବଳ, ଶୁଖିଲା ଖାଦ୍ୟ (ଚୁଡା, ଗୁଡ଼ ବିସ୍କୁଟ ଇତ୍ୟାଦି ) ଏବଂ ଜଳଖିଆ ବଣ୍ଟନ କରାଯାଇଥିଲା l ଏହି ସେବା କାର୍ଯ୍ୟକ୍ରମରେ ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀ ଚନ୍ଦ୍ର ଶେଖର ଶତପଥୀ, ସାଧାରଣ ସମ୍ପାଦକ ଶ୍ରୀ ଜ୍ଞାନେନ୍ଦ୍ରୀୟ ଦାଶ, ସହ ସମ୍ପାଦିକା ଶ୍ରୀମତୀ ଇତିଶ୍ରୀ ଶତପଥୀ, ସଂଗଠନ ସମ୍ପାଦକ ଶ୍ରୀ ବିଜୟ କୁମାର ପଣ୍ଡା, କୋଷାଧକ୍ଷ ଶ୍ରୀମତୀ ବୀଣାପାଣି ଦାସ, ଯୁଗ୍ମ କୋଷାଧକ୍ଷ ଶ୍ରୀମତୀ ଶୁଭଶ୍ରୀ ନାୟକ, ବରିଷ୍ଠ ଉପଦେଷ୍ଟା ଶ୍ରୀମତୀ ତ୍ରିବେଣୀ ପଣ୍ଡା, ଶ୍ରୀ ପରମାନନ୍ଦ ସାହୁ, ଶ୍ରୀ ଅରିନ୍ଦ୍ର ଭୂଷଣ ମହାନ୍ତି, ଶ୍ରୀ ବିଭୁଦତ୍ତ ପଟ୍ଟନାୟକ, ଶ୍ରୀମତୀ ବିନୋଦିନୀ ଦେବତା,ଶ୍ରୀ ଅତନୁ ବହିଦାର, ଶ୍ରୀ ସୁକାନ୍ତ ଦାସ, ଶ୍ରୀ ସନ୍ତୋଷ ମେହେର ପ୍ରମୁଖ ଯୋଗ ଦେଇଥିଲେ l ଏଥି ସହିତ ହୀରାକୁଦ ଏବଂ ସମ୍ବଲପୁରର ସମସ୍ତ ସଭ୍ୟ/ ସଭ୍ୟା ଯୋଗ ଦେଇଥିଲେ l ଶ୍ରୀ ବୀରେନ୍ଦ୍ର ନାରାୟଣ ଜେନା ସଭାକାର୍ଯ୍ୟ ପରିଚାଳନା କରିଥିଲେ l ଉତ୍କଳ ମଣୀ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୀବନୀ ଉପରେ ସ୍ମୃତି ଚରଣ କରି ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା l ତାଙ୍କର ଆଦର୍ଶ ଏବଂ ସେବା ମନୋଭାବକୁ ପାଥେୟ କରି ଏହି “ମାନବ ସେବା ହିଁ ମାଧବ ସେବା” ଅନୁଷ୍ଠାନ ଗଢି ଉଠିଛି ଏବଂ ସାରା ଓଡିଶାରେ ସେବା କାର୍ଯ୍ୟ କରି ଚାଲିଛି ଆଗକୁ ଆହୁରି ଅଧିକ ଅଧିକ ସେବା କାର୍ଯ୍ୟ ଜାରି ରହିବ ବୋଲି ସଦସ୍ୟ ସଦସ୍ୟା ମାନେ ସଂକଳ୍ପ ବଦ୍ଧ ହୋଇଛନ୍ତି ।
