*ନୂଆପଡ଼ା ଜିଲ୍ଲା ସଦର ବ୍ଲକ୍ ଗଡତୋର ଗ୍ରାମ ଠାରେ ବିଜୁ ମହିଳା ଜନତା ଦଳ ପକ୍ଷ ରୁ ଜନସମ୍ପର୍କ ପଦଯାତ୍ରା ଆରମ୍ଭ*
ନୂଆପଡା (ମିଖାଏଲ ନନ୍ଦ)
ନୂଆପଡ଼ା ଜିଲ୍ଲା ସଦର ବ୍ଲକ୍ ଗଡତୋର ଗ୍ରାମ ଠାରେ ବିଜୁ ମହିଳା ଜନତା ଦଳ ପକ୍ଷ ରୁ ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଅଛି। ଏହି ଜନ ସମ୍ପର୍କ ପଦଯାତ୍ରା ଅକ୍ଟୋବର ୯ ତାରିଖ ଠାରୁ ନଭେମ୍ବର ୯ ତାରିଖ ପର୍ଯ୍ୟନ୍ତ ଏକ ମାସ ଅନୁଷ୍ଠିତ ହେବ। ବିଜେଡି ଜିଲ୍ଲା ସଭାପତି ଅବନୀ ରଂଜନ ଯୋଷୀ ମଞ୍ଚ ପରିଚାଳନା କରିଥିବ ବେଳେ ସଭାନେତ୍ରୀ ସରସ୍ଵତୀ ବାଗ ଅଧ୍ୟକ୍ଷତା କରିଥିଲେ। ଖଡିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ, ନାର୍ଲା ବିଧାୟକ ମନୋରମା ମହାନ୍ତି, ପୂର୍ବତନ ମନ୍ତ୍ରୀ ନିରଂଜନ ପୁଝାରୀ, ସ୍ନେହାଙ୍ଗିନୀ ଛୁରିଆ, ସାଧାରଣ ସମ୍ପାଦକ ମନୋଜ ମିଶ୍ର, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଡଲି ମାଝୀ, ଉପାଧ୍ୟକ୍ଷ ଦୀପିକା ଦୀପ ନୂଆପଡ଼ା ବ୍ଲକ ଅଧ୍ୟକ୍ଷା ତାରେଶ୍ୱରୀ ସାହୁ, କୋମନା ବ୍ଲକ ଅଧ୍ୟକ୍ଷା ଅନୁଷୟା କୁମ୍ଭାର, ସ୍ୱର୍ଗୀୟ ରାଜେନ୍ଦ୍ର ଢୋଲକିଆ ସ୍ତ୍ରୀ କଳ୍ପନା ଢୋଲକିଆ, ଜିଲ୍ଲା ପରିଷଦ ମୂରଲୀ ଭୋଇ, ମଲ୍ୟବନ୍ତ୍ ସୁନା, ପ୍ରମୁଖ ଦେଇଥିଲେ। ପୂର୍ବ ନବୀନ ସରକାରଙ୍କ ସଫଳତା ଙ୍କୁ ଲୋକଙ୍କ ନିକଟ ରେ ପହଞ୍ଚାଇବା ସହ ବିଜେପି ସରକାର ଙ୍କ ମିଛ କହୁଥିବା ବେଳେ ସବୁ ଜିଲ୍ଲାକୁ ଯାଇ ମୁଖ୍ୟମନ୍ତ୍ରୀ ବିକାଶ ଦାୟିତ୍ବ ନେବା କଥା କହି ମିଥ୍ୟା ପ୍ରତିଶ୍ରୁତି ହେଉଥିବା ଉଲ୍ଲେଖ କହିଛନ୍ତି।
