ମାତାମଠ ଶିଶୁ ମନ୍ଦିରରେ ମାତୃଭାରତୀ ବୈଠକ ।
ମା ମାନେ ଜାତିର ଶ୍ରେଷ୍ଠ ସମ୍ପଦ ଓ଼ ଶ୍ରେଷ୍ଠ ବିଭବ ବୋଲି ଗୋବର୍ଦ୍ଧନପୁର ମାତାମଠ ସ୍ଥିତ ସରସ୍ବତୀ ଶିଶୁ ମନ୍ଦିରରେ ଆୟୋଜିତ ମାତୃଭାରତୀ ବୈଠକରେ ବକ୍ତାମାନେ ମତପ୍ରକାଶ କରିଛନ୍ତି। ବିଦ୍ୟାଳୟର ଆଗାମୀ ଡ଼ିସେମ୍ବର ମାସରେ ପାଳନ ହେବାକୁ ଥିବା ରଜତ ଜୟନ୍ତୀ ଉତ୍ସବ ପ୍ରସ୍ତୁତି ଅବସରରେ ଆୟୋଜିତ ମାତୃଭାରତୀ ବୈଠକ ବିଦ୍ୟାଳୟ ପରିସରରେ ପରିଚାଳନା ସମିତି ସଭାପତି ଆଲୋକ ଚନ୍ଦ୍ର ସାମନ୍ତରାୟ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମୁଖ୍ୟଅତିଥି ଭାବେ ତିର୍ତୋଲ କଲେଜରେ ଅବସରପ୍ରାପ୍ତ ଅଧକ୍ଷ ମମତା ରାଉତ, ମୁଖ୍ୟବକ୍ତା ଭାବେ ରାହାମା ସଂକୁଳ ପ୍ରମୁଖ ଅମର ଜ୍ୟୋତି ସାହୁ, ସମ୍ମାନିତ ଅତିଥି ଭାବେ ସଂକୁଳ ସଂଯୋଜକ ଶ୍ରୀକାନ୍ତ ଶତପଥି ଯୋଗଦେଇ ଉପସ୍ଥିତ ମା ମାନଙ୍କୁ ବିଦ୍ୟାଳୟ ସହିତ ସଦାସର୍ବଦା ସମ୍ପର୍କ ରଖିବା ସହିତ ସାଙ୍ଗଠନିକ କାର୍ଯ୍ୟରେ ସହଯୋଗ କରିବାପାଇଁ ମାର୍ଗଦର୍ଶନ ପ୍ରଦାନ କରିଥିଲେ.। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପରିଚାଳନା ସମିତିର ସମ୍ପାଦକ କ୍ଷୀରୋଦ ଚନ୍ଦ୍ର ଦାଶ,ଶ୍ରୀକାନ୍ତ ରାଉତରାୟ, ମୋନାଲିସା ସ୍ୱାଇଁ, ସମୀକ୍ଷା ପ୍ରସାଦ, ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମ କୁ ଗୁରୁମା ମୀରା ଦାସ ସଂଯୋଜନା କରିଥିବାବେଳେ ଅନ୍ୟ ଗୁରୁମା ମାନେ ସହଯୋଗ କରିଥିଲେ.
