ଡେଲାଙ୍ଗରେ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ
ଡେଲାଙ୍ଗ,(ନି . ପ୍ର)ଡେଲାଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ସମ୍ମିଳନୀ ଗୃହରେ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଡେଲାଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକ୍ଷକ ଡ଼ଃ ଶାନ୍ତନୁ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସେବା ପକ୍ଷ କାର୍ଯ୍ୟକ୍ରମରେ ପୁରୀ ଲୋକସଭା ସାଂସଦ ଡ଼ଃ ସମ୍ବିତ ପାତ୍ର,ସ୍ଥାନୀୟ ବିଧାୟକ ଆଶ୍ରିତ ପଟ୍ଟନାୟକ,ଡ଼ଃ ଅମ୍ଳାନ ଜଗଦ୍ଦେବ, ଡ଼ଃ ସନ୍ତୋଷ ନାୟକ, ବ୍ଲକ୍ ପ୍ରୋଗ୍ରାମ ଅଧିକାରୀ ଦିଲ୍ଲୀପ କୁମାର ପରିଡ଼ା,ସୁପରଭାଇଜର ବଳରାମ ପଟ୍ଟନାୟକଙ୍କ ସମେତ ମଣ୍ଡଳ ବିଜେପି ସଭାପତି ସୁଶାନ୍ତ ବିଶ୍ଵାଳ,ଯୁବମୋର୍ଚ୍ଚା ସଭାପତି ଶଙ୍କର୍ଷଣ ବଳିୟାରସିଂହ,ମଣ୍ଡଳ ସଭାପତି ଲଡୁକିଶୋର ରାୟ,ଯୁବନେତା ଶଶିଭୂଷଣ ମହାନ୍ତି,ଜ୍ଞାନେନ୍ଦ୍ର ପ୍ରଧାନ ଓ ବିନାୟକ ବଳିୟାରସିଂହ ପ୍ରମୁଖ ଯୋଗଦେଇ ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ।ସୂଚନାଯୋଗ୍ୟ ସୁସ୍ଥ ନାରୀ ସଶକ୍ତ ପରିବାର ଯୋଜନାରେ ଜନ୍ମରୁ ୬ ବର୍ଷ ବୟସ୍କ ଶିଶୁ,କିଶୋରୀ ବାଳିକା, ଗର୍ଭବତୀ ମହିଳା, ସ୍ତନ୍ୟପାନ କରାଉଥିବା ମାଆ,ପୋଷଣ ଅଭାବରୁ ଶିଶୁମାନଙ୍କ ବୟସ ତୁଳନାରେ ଉଚ୍ଚତା ଓ ଓଜନ ହ୍ରାସ ପାଇବା ତଥା ମହିଳା,ଛୋଟ ପିଲା, କିଶୋରୀ ବାଳିକାମାନଙ୍କଠାରେ ରକ୍ତହୀନତା ହ୍ରାସ ପାଉଥିବା ସମସ୍ୟାର ସମାଧାନ କରାଯାଇପାରିବ ବୋଲି ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଥିଲେ।ଏହି ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନରେ ସାମିଲ୍ ହୋଇ ହିତାଧିକାରୀମାନେ ଏହାର ସୁବିଧା ନେବାକୁ ଡ଼ଃ ଜେନା ନିବେଦନ କରିଥିଲେ। ଏହି ଅଭିଯାନରେ ଆନୁଷ୍ଠାନିକ ଭାବେ ପ୍ରସୂତି ଓ ଗର୍ଭବତୀ ମହିଳାମାନଙ୍କୁ ୬୦ ଟି କିଟ୍ ପ୍ରଦାନ କରାଯାଇଥିଲା।
