*ଶିକ୍ଷା ବିଭାଗର ନୂତନ ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଏବଂ ଆଲୋଚନା ଚକ୍ର*
ନୂଆପଡା (ମିଖାଏଲ ନନ୍ଦ)
ନୂଆପଡା ଜିଲ୍ଲା ଅନ୍ତର୍ଗତ ଖଡ଼ିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଶିକ୍ଷା ବିଭାଗ ପକ୍ଷ ରୁ ନୂତନ ଛାତ୍ରଛାତ୍ରୀଙ୍କ ନିମନ୍ତେ ସ୍ୱାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। କଲେଜ୍ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ପୂର୍ବତନ ଅଧ୍ୟକ୍ଷ ଡ଼ ତରୁଣ କୁମାର ପ୍ରଧାନ, ଯୁକ୍ତ ଦୁଇ ଅଧ୍ୟକ୍ଷ ଡ଼ ରଣବୀର ସିଂହ, ଅର୍ଥନୀତି ବିଭାଗୀୟ ମୁଖ୍ୟ ଅଧ୍ୟାପକ ଗୁଣବନ୍ତ ସାହୁ, ଶାରୀରିକ ଶିକ୍ଷା ଵିଭାଗୀୟ ମୁଖ୍ୟ ଡ଼ ସରୋଜ କୁମାର ପଣ୍ଡା, ଶିକ୍ଷା ବିଭାଗୀୟ ମୁଖ୍ୟ ଅଧ୍ୟାପିକା ଡ଼ ଗୀତାଶ୍ରୀ ପ୍ରିୟମ୍ବଦା, ଅଧ୍ୟାପକ ହରିହର ବେଶରା, ଅଧ୍ୟାପିକା ଚର୍ଚ୍ଚିକା ରାଣୀ ବେହେରା ପ୍ରମୁଖ ଉପସ୍ଥିତ ରହି ନୂତନ ଶିକ୍ଷା ବ୍ୟବସ୍ଥା ୨୦୨୦ ସମ୍ପର୍କରେ ଆଲୋଚନା କରିଥିଲେ ।କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଶେଷ ବର୍ଷର ଛାତ୍ରୀ ବୀଣା ସାହୁ, ସହଯୋଗ କରିଥିଲେ ଧର୍ମେନ୍ଦ୍ର ବାଗ,ସୌଭାଗ୍ୟ ଭୋଇ,ହିମାଂଶୁ ବନଛୋର, ତପନ,ଧରିତ୍ରୀ , ଶଙ୍ଖପୁଷ୍ପି ,ଲତମଞ୍ଜରୀ, ଵିଷ୍ଣୁ ପ୍ରିୟା, ରୁଚି,ଦିବ୍ୟନି ଇତ୍ୟାଦି ।ପ୍ରଥମ ବର୍ଷର ଛାତ୍ରୀ ଶିଖାରାଣୀ ବାରିକଙ୍କ ସମେତ ସମସ୍ତ ଛାତ୍ରଛାତ୍ରୀ ମନୋରଞ୍ଜନ ମୂଳକ ସାଂସ୍କୃତିକ କାର୍ଯ୍ୟକ୍ରମ ସଫଳତାର ସହ ସମ୍ପାଦିତ କରିଥିଲେ । ମୋହନ ଭିତ୍ରୀୟା ଧନ୍ୟବାଦ ଅର୍ପଣ କରିଥିଲେ ।
