*ପ୍ରତି ବୁଧବାର ଦିନ “ହେଲମେଟ୍ ନାହିଁ ତ ପେଟ୍ରୋଲ ନାହିଁ” ନିୟମ ଲାଗୁ କଲେ -ଜିଲ୍ଲାପାଳ କଡା କୁଡି ପାଳନ ପାଇଁ ନିର୍ଦ୍ଧେଶ*
ନୂଆପଡା (ମିଖାଏଲ ନନ୍ଦ)
ନୂଆପଡା ଜିଲ୍ଲାରେ ବର୍ଦ୍ଧିତ ସଡ଼କ ଦୁର୍ଘଟଣା କୁ ରୋକିବା ପାଇଁ ଅଭିନବ ପ୍ରୟାସ। ଜିଲ୍ଲାପାଳ ମଧୁସୂଦନ ଦାଶ ଏକ ସମୟୋଚିତ ପଦକ୍ଷେପ ଗ୍ରହଣ କରିଛନ୍ତି l ଜିଲ୍ଲାର ସମସ୍ତ ଫିଲିଂ ଷ୍ଟେସନ୍ ମାନଙ୍କୁ ପତ୍ର ମାଧ୍ୟମରେ ଦୃଢ଼ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲା ପ୍ରଶାସନର ନିଷ୍ପତ୍ତି ଅନୁସାରେ ସପ୍ତାହର ପ୍ରତି ବୁଧବାର ଦିନ ହେଲମେଟ୍ ନାହିଁ ତ ପେଟ୍ରୋଲ ନାହିଁ ନିୟମ କୁ କଡ଼ାକଡ଼ି ଭାବରେ ପାଳନ କରିବେ l ଅନ୍ୟଥା ଓଡିଶା ସ୍ପିଡ୍ ଡିଜେଲ୍ ଡିଲର୍ ଲାଇସେନ୍ସିଂ ଧାରା ୧୯୭୦ ଅନୁଯାୟୀ ସେମାନଙ୍କ ଅନୁମତି ପତ୍ର ଲାଇସେନ୍ସ ପ୍ରତ୍ୟାହାର କରି ନିଆଯିବ l ଏହାକୁ ଚେକିଂ କରିବା ସହିତ ନିୟମର ଅନୂପାଳନ କାର୍ଯ୍ୟକାରୀ କରିବା ପାଇଁ ବି ଡି ଓ ଏବଂ ଏନ୍ ଏ ସି କାର୍ଯ୍ୟ ନିର୍ବାହୀ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି l ସୂଚନାଯୋଗ୍ଯ ଯେ ନୂଆପଡାରେ ମାସିକ ଜିଲ୍ଲାସ୍ତରୀୟ ସଡକ ସୁରକ୍ଷା କମିଟୀ ବୈଠକରେ ହେଲମ୍ୟାଟ ଚେକିଂ ଉପରେ ଗୁରୁତ୍ବ ଦେବା ସତ୍ତ୍ୱେ ଏହା ସଠିକ୍ ଭାବରେ ଫିଲିଂ ଷ୍ଟେସନ୍ ମାନଙ୍କରେ କାର୍ଯ୍ୟକାରୀ ହେଉ ନଥିଲା l ଜିଲ୍ଲାପାଳଙ୍କ ଏହି ନୂତନ ଆଦେଶ ବଳରେ “ନିଜେ ସୁରକ୍ଷିତ, ସଶକ୍ତ ପରିବାର, ଅଭ୍ୟାସ ବଳରେ ଆଦତ୍ତ ରେ ପରିଣତ ହେବ ବୋଲି ଆହ୍ବାନ କରିଛନ୍ତି।
