**ତର୍କ ଓ ଦର୍ଶନ ଶାସ୍ତ୍ର ବିଭାଗ ତରଫରୁ ଆୟୋଜିତ “ସଂପାନ” ଆଲୋଚନା ଚକ୍ର*
ନୂଆପଡା (ମିଖାଏଲ ନନ୍ଦ)
*
*
ଖଡ଼ିଆଳ ସ୍ୱୟଂ ଶାସିତ କଲେଜ୍ ଅଧ୍ୟକ୍ଷ ଶ୍ରୀ ପ୍ରଶାନ୍ତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଦର୍ଶନ ଶାସ୍ତ୍ର ବିଭାଗ ତରଫରୁ “ଅଦୀତ୍ୱ ବେଦାନ୍ତ”ବିଷୟ ଭିତ୍ତିକ ଆଲୋଚନା ଚକ୍ର ସମ୍ପାଦିତ ହୋଇଥିଲା । ବିଭାଗୀୟ ମୁଖ୍ୟ ଅଧ୍ୟାପିକା ରାଜେଶ୍ୱରୀ କରୁଁଆ ବିଷୟ ସମ୍ପର୍କିତ ପ୍ରାରମ୍ଭିକ ସୂଚନା ଦେବା ସହ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସୋନପୁର ମହାବିଦ୍ୟାଳୟର ଦର୍ଶନ ଶାସ୍ତ୍ର ବିଭାଗ ଅଧ୍ୟାପକ ଡ. ରଞ୍ଜନ କୁମାର ମିଶ୍ର ମୁଖ୍ୟ ବକ୍ତା, ଅନ୍ୟତମ ସମ୍ମାନୀତ ଅତିଥି ଭାବରେ ଯୁକ୍ତ ଦୁଇ ଅଧ୍ୟକ୍ଷ ଡ. ରଣବୀର ସିଂହ, ସମ୍ମାନୀତ ଅତିଥି ଛାତ୍ର କଲ୍ୟାଣ ଅଧିକାରୀ ଡ. ଗୀତାଶ୍ରୀ ପ୍ରିୟମ୍ବଦା ,ବିଭାଗୀୟ ଅଧ୍ୟାପକ ଶ୍ରୀ ପ୍ରଦୀପ କୁମାର ବେହେରା ପ୍ରମୁଖ ଯୋଗ ଦେଇ ବେଦ, ବେଦାନ୍ତ ,”ଜଗତ ମିଥ୍ୟା ବ୍ରହ୍ମ ସତ୍ୟ “ଉପରେ ଆଲୋକପାତ କରିଥିଲେ ।ମୁଖ୍ୟ ଅତିଥି ଅଧ୍ୟକ୍ଷ ଶ୍ରୀ ପ୍ରଶାନ୍ତ କୁମାର ପଣ୍ଡା ଜ୍ଞାନ ର ବ୍ୟବହାର ,ବେଦ ର ଗୁରୁତ୍ୱ ଆଧୁନିକ ଯୁଗରେ ଥିବ ବୋଲି ଉଦାହରଣ ଦ୍ୱାରା ଆଲୋଚନା କରିଥିଲେ ।ଯୁକ୍ତ ତିନି ଶେଷ ବର୍ଷ ର ଛାତ୍ରୀ ରୁଚିରା ବେହେରା,ଯୁକ୍ତ ତିନି ଦ୍ୱିତୀୟ ବର୍ଷ ଛାତ୍ର ପ୍ରୀତମ ଷଡ଼ଙ୍ଗୀ ଏବଂ ନୀଳମଣି ରଣା ଉକ୍ତ ବିଷୟରେ ବିବରଣୀ ଉପସ୍ଥାପନ କରିଥିଲେ ।ପରିଶେଷରେ ଅଧ୍ୟାପିକା ତନୁଜା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
