*ନ୍ୟାସନାଲ ମହାବିଦ୍ୟାଳୟ ରେ ବିକଶିତ ଭାରତ ୨୦୪୭ ବିଷୟ ରେ କର୍ମଶାଳା ସହ ଜିଲ୍ଲା ସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା*
ନୂଆପଡା (ମିଖାଏଲ ନନ୍ଦ)
ନୂଆପଡ଼ା ନ୍ୟାସନାଲ କଲେଜ୍ ପରିସର ମଧ୍ୟ ରେ ବିକଶିତ ଭାରତ ୨୦୪୭ ବିଷୟରେ ଏକ କର୍ମଶାଳା ଓ ଜିଲ୍ଲାସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ମହାବିଦ୍ୟାଳୟ ର ଅଧ୍ୟକ୍ଷ ହିତେଶ କୁମାର ସାହୁ ଙ୍କ ସଭାପତିତ୍ୱରେ ବିଷୟ ବିଶେଷଜ୍ଞ ସମାଜସେବୀ ଡ଼ କମଳ କିଶୋର ପଣ୍ଡା ଯୋଗଦେଇ ବିକଶିତ ଭାରତ ୨୦୪୭ ବିଷୟକୁ ବିଦ୍ୟାର୍ଥୀ ଙ୍କ ଉଦେଶ୍ୟ ରେ ନିଜ ଅଭିଭାଷଣ ରଖିଥିବା ସହ ପ୍ରାଧ୍ୟାପକ ବିଧାନ ଚନ୍ଦ୍ର ମିଶ୍ର, ପ୍ରାଧ୍ୟାପକ ବୈଦନାଥ ଗଡତିଆ ଓ କ୍ରୀଡା ଅଧ୍ୟାପକ ପ୍ରକାଶ ସାହୁ ଯୋଗ ଦେଇ ବିଦ୍ୟାର୍ଥୀ ଙ୍କୁ ଶୁଭକାମନା ଜଣେଇଥିଲେ I ଚିତ୍ରାଙ୍କନ ପ୍ରତିଯୋଗିତା ର ବିଚାରକ ଜୟନ୍ତ ଖମାରି ଯୋଗ ଦେଇ ଚିତ୍ରାଙ୍କନ ବିଷୟରେ ପ୍ରତିଯୋଗୀଙ୍କୁ ଅବଗତ କରାଇଥିଲେ Iବିଦ୍ୟାର୍ଥୀ ଙ୍କ ମଧ୍ୟରୁ ପ୍ରଥମ ସ୍ଥାନ ବ୍ରଜରାଜ ଗୋପାଳ (ଖଡ଼ିଆଳ ଡିଗ୍ରୀ ମହାବିଦ୍ୟାଳୟ) ଦ୍ଵିତୀୟ ସ୍ଥାନ ଦୁର୍ଗାପ୍ରସାଦ ବାରିକ (ମହାମାୟା ଡ଼ିଗ୍ରୀ ମହାବିଦ୍ୟାଳୟ) ତୃତୀୟ ସ୍ଥାନ ଟାର୍ଜନ ସିଂ ମାଝୀ (ଆଦର୍ଶ ସ୍ନାତକ ମହାବିଦ୍ୟାଳୟ ନୂଆପଡ଼ା) ଅଧିକାର କରିଥିବା ବେଳେ କଳା ପ୍ରଦର୍ଶନ କୁ ପ୍ରଶଂସା ସହ ପୁରସ୍କାର ଓ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା Iଓଡ଼ିଆ ଅଧ୍ୟାପକ ଗୋପୀଗୋପାଳ ସୁନା ସଭାକୁ ସଂଯୋଜନା କରିଥିବା ବେଳେ ଅଧ୍ୟାପକ କପିଳ ଦେବ ଧନ୍ୟବାଦ ଦେଇଥିଲେ।
