ଶଙ୍ଖଚିଲା ର ପ୍ରସିଦ୍ଧ ରାବଣ ପୋଡ଼ି ଓ ଆତସ ଵାଜି ପ୍ରତିଯୋଗିତା ପାଇଁ ପ୍ରସ୍ତୁତି ବୈଠକ
ଧର୍ମଶାଳା /(ନିପ୍ର )କୁଲୁ ବରାଳ ଙ୍କ ରିପୋର୍ଟ ଭଞ୍ଜଦୂତ ଖବର
କୋରେଇ ବ୍ଲକ ଅନ୍ତର୍ଗତ ଶଙ୍ଖଚିଲା ର ପ୍ରସିଦ୍ଧ ରାବଣ ପୋଡ଼ି ପାଇଁ ଏକ ପ୍ରସ୍ତୁତି ବୈଠକ କୈଳାସ ଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ହିଙ୍ଗୁଳା ପୀଠ ଠାରେ ଅନୁଷ୍ଠିତ ହୋଇଯାଇଅଛି ! ଏହି ବୈଠକରେ ସଂପାଦକ ଦିଲୀପ କୁମାର ସାହୁ ଚଳିତ ବର୍ଷ ର ଆୟ ବ୍ୟୟ ହିସାବ ସହିତ କିପରି ରାବଣ ପୋଡ଼ି ଓ ଆତସ
ବାଜି ପ୍ରତିଯୋଗିତା କିପରି ଶାନ୍ତି ଶୃଙ୍ଖଳା ସହିତ ହେବ ପ୍ରସ୍ତୁତି ବୈଠକ ରେ ଆଲୋଚନା କରିଥିଲେ !ଏହି ବର୍ଷ ଜିଲ୍ଲାର ୪ଗୋଟି ବାଣୁଆଙ୍କୁ ନେଇ ଆତସ ବାଜି ପ୍ରତିଯୋଗିତା ହେବା ସହିତ ରାମ ରାବଣ ଯୁଦ୍ଧ ଏଲେକ୍ଟ୍ରି ମାଧ୍ୟମ ରେ ଅକ୍ଟୋବର ୩ ତାରିଖ ଶୁକ୍ରବାର ସନ୍ଧ୍ୟା ୬ଘଟିକା ରେ ହେବ ! ଏହି ବୈଠକରେ ,ସୌମ୍ୟବ୍ରତ ସାହୁ,ଶିଶିର କୁମାର ସାହୁ,ଜିତେନ୍ଦ୍ର କୁମାର ସାହୁ,ସାମ୍ବାଦିକ ଭାଗିରଥି ବାରିକ,ସୁଶାନ୍ତ କୁମାର ଗୁରୁ,ନନ୍ଦ କିଶୋର ମହାକୁଡ,ସୁଶାନ୍ତ ସାହୁ,ନୀଳମଣି ପୃଷ୍ଟି,ରାଜେଶ ସାହୁ,ରମେଶ ଦାସ,ଶ୍ରୀଧର ମାଝୀ,ଦୀପକ ସାହୁ,ସୂର୍ଯ୍ୟକାନ୍ତ ସାହୁ,ବିଜୟ କୁମାର ନାୟକ,ସୁଦର୍ଶନ ପୃଷ୍ଟି,ସତ୍ୟଜିତ ସାହୁ,ଜିତେନ୍ଦ୍ର ଦାସ,ଫିରୋଜ କୁମାର ମଲ୍ଲିକ,ସଞ୍ଜୟ କୁମାର ନାୟକ ସରୋଜ କୁମାର ସାହୁ,ଗଜେନ୍ଦ୍ର ମହାକୁଡ ଙ୍କ ସମେତ ୩୧ଜଣ ସଭ୍ୟ ଉପସ୍ଥିତ ଥିଲେ ! ବୈଠକ ଶେଷରେ ସୌମ୍ୟବ୍ରତ ସାହୁ ଧନ୍ୟବାଦ୍ ଦେଇଥିଲେ !
