ଜିଲ୍ଲା ଆଇନ ସେବା ପ୍ରାଧୁକରଣ ପକ୍ଷରୁ ନାଲ୍ସା ପ୍ରଦତ ଏସିଡ୍ ଅକ୍ରମଣ ପିଡିତା ଏବଂ ପୋକସୋ ଆଇନ୍ ସମ୍ବନ୍ଧୀୟ ସଚେତନତା ସଭା |
ଯାଜପୁର/(ନିପ୍ର )ସରୋଜ କୁମାର ଧଳ ଙ୍କ ରିପୋର୍ଟ ଭଞ୍ଜଦୂତ ଖବର
ଜିଲ୍ଲା ଓ ଦୈରାଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅମୃତ ରଂଜନ ନନ୍ଦଙ୍କ ନିର୍ଦ୍ଦେଶକ୍ରମେ ନାଲ୍ସା ପ୍ରଦତ ଏସିଡ୍ ଅକ୍ରମଣ ପିଡିତା ଏବଂ ପୋକ୍ସୋ ଆଇନ୍ ସମ୍ବନ୍ଧୀୟ ଏକ ଆଇନ୍, ସଚେତନତା ସଭା ନାଥସାହି ପଂଚାୟତ କାର୍ଯାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଉପସ୍ଥିତ ଥିବା ସମସ୍ତ ବ୍ୟକ୍ତି ବିଶେଷଙ୍କୁ ଏସିଡ୍ ଅକ୍ରମଣ ପିଡିତା ମାନଙ୍କତ ଅଇନଗତ ଅଧିକାର ଏବଂ ପୋକ୍ସୋ ଆଇନ୍ର ବିଭିନ୍ନ ଦିଗ ବିଷୟରେ ସମ୍ୟକ ଧାରଣା ଦିଆଯାଇଥିଲା । ଆଇନ ଆଖରେ ଶିଶୁ କହିଲେ ଗର୍ଭ ସଂଚାରଠାରୁ ୧୮ ବର୍ଷ ବୟସ ପର୍ଯ୍ୟନ୍ତ ବାଳକ ବାଳିକା ଉଭୟ ଶିଶୁଙ୍କୁ ବୁଝାଏ, ଏହି ବୟସର ଶିଶୁକୁ ବିଶେଷ କରି କନ୍ୟା ଶିଶୁ ମାନଙ୍କ ପ୍ରତି ବଢି ଚାଲିଥିବା ଯୌନ ନିର୍ଯ୍ୟତନା ଅପରାଧରୁ କିପରି ସେମାନଙ୍କୁ ସୁରକ୍ଷା ଦିଆଯାଇପାରିବ ସେ ନେଇ ମଧ୍ୟ ଆଲୋଚନା କରାଯାଇଥିଲା । କନ୍ୟା ଶିଶୁମାନଙ୍କୁ ଯୌନ ନିର୍ଯ୍ୟାତନାରୁ ସୁରକ୍ଷା ଦେବା ପାଇଁ ଉଦ୍ଦିଷ୍ଟ ଥିବା ପୋକ୍ସୋ ଆଇନ ସମ୍ପର୍କରେ ସୂଚନା ଦେବା ସହିତ ଏ କ୍ଷେତ୍ରରେ ଶିଶୁମଙ୍ଗଳ କମିଟି ଓ ପୋଲିସ୍ର ଦାୟିତ୍ଵ ବିଷୟରେ ମଧ୍ୟ ଆଲୋକପାତ କରାଯାଇଥିଲା । ଏହା ବ୍ୟତୀତ ଯୌନଶୋଷଣ ହୋଇଥିବା ୧୮ ବର୍ଷରୁ କମ୍ ନାବାଳିକାମାନେ କିପରି ନ୍ୟାୟ ପାଇପାରିବେ, କୋର୍ଟ ପରିସରରେ ସେମାନଙ୍କ ସାକ୍ଷୀ କିପରି ସୁସ୍ଥ ବାତାବରଣରେ ନିଆଯାଇପାରିବ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା ।
ପୀଡ଼ିତାମାନଙ୍କ ପାଇଁ ଉଦ୍ଦିଷ୍ଟ ଥିବା କ୍ଷତିପୂରଣ ଯୋଜନା ସମ୍ପର୍କରେ ମଧ୍ୟ ସୁଚନା ଦିଆଯାଇଥିଲା । ଅନ୍ୟ ମାନଙ୍କର ମଧ୍ୟରେ ଡ. ରୁଦ୍ରନାରାୟଣ ପୃଷ୍ଟି, ସାମାଜିକ କର୍ମୀ, ଡ. ରମେଶ ଚନ୍ଦ୍ର ମଲିକ, ମାନସିକ ବିଶେଷଜ୍ଞ, ସାଗରିକା ମହାପାତ୍ର, ସହକାରୀ ଉନ୍ନୟନ ଅଧିକାରୀ ଏହି ଆଇନର ବିଭିନ୍ନ ଦିଗ ବିଷୟରେ ମଧ୍ୟ ଆଲୋକପାତ କରିଥିଲେ ।
ଏହି ସଭାକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀମତୀ ଲିପା ମହାନ୍ତି ପରିଚାଳନା କରିଥିବା ବେଳେ ସ୍ଥାନିୟ ସରପଂଚ, ସସ୍ମିତା ପହି ଏହି ସଭାକୁ ସଫଳ କରାଇବାରେ ସହଯୋଗ କରିଥିଲେ ।
