ନୂଆପଡା (ମିଖାଏଲ ନନ୍ଦ) : ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ଖଡିଆଳ ସହର ସ୍ଥିତ ସର୍ବ ପ୍ରାଚୀନ ଶିକ୍ଷା ଅନୁଷ୍ଠାନ ସରକାରୀ ବାଳିକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଖଡିଆଳ ଏନ୍ ଏ ସି ପକ୍ଷ ରୁ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି। ବିଦ୍ୟାଳୟ ରେ ସମସ୍ତ ଛାତ୍ର ଛାତ୍ରୀମାନେ ମିଳିତ ରୁପ ବିଦ୍ୟାଳୟ ପରିସର କୁ ସଫେଇ କରିବା ସହ “ନିଜ ପରିବେଶ ନିଜ ହାତରେ, ନୀତି ସଫେଇ ସଂକଳ୍ପ ସାଥିରେ” ଆହ୍ବାନ କରିଥିଲେ। ସଭା ରେ ଖଡିଆଳ ଗୃହ ଓ ପୂର୍ତ୍ତ ନିର୍ମାଣ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ସୁଶାନ୍ତ କୁମାର ଶୁକ୍ଳା, ଖଡିଆଳ ଏନ୍ ଏ ସି ନିର୍ବାହୀ ଅଧିକାରୀ ସ୍ବାଧୀନ କେତନ ମହାରଣା, ସହକାରୀ ଯନ୍ତ୍ରୀ ଅମୋଘ ନାରାୟଣ ପଣ୍ଡା, ପ୍ରଧାନ ଶିକ୍ଷକ କିଶୋର ଅଗସ୍ତି, ସେଚ୍ଛାସାଥି ପ୍ରମୁଖ ଯୋଗ ଦେଇ ସ୍କୁଲ ପରିବେଶ କୁ ସଫେଇ କରିଥିଲେ। ବିଜ୍ଞାପିତ ଅଞ୍ଚଳ ପରିଷଦ ମଧ୍ୟ ରେ ଥିବା ସମସ୍ତ ସ୍କୁଲ କୁ ସଫେଇ ହୋଇଥିବା ବେଳେ ୧୮୫୮ ମସିହା ରେ ସ୍ଥାପିତ ଏହି ବିଦ୍ୟାଳୟ ସଫେଇ କରିବା ସହ ଆବଶ୍ୟକ ଥିବା ଶ୍ରେଣୀ ଗୃହ ନିର୍ମାଣ ନେଇ ଜିଲ୍ଲା ପ୍ରଶାସନ କୁ ଦୃଷ୍ଟି ଆକର୍ଷଣ କରିଛନ୍ତି।
