କବିବର ରାଧାନାଥ ରାୟଙ୍କ ପୂର୍ଣ୍ଣାବୟବ ବ୍ରୋଞ୍ଜ ପ୍ରତିମୂର୍ତ୍ତି ଅନାବରଣ ଉତ୍ସବ :
ବାଲେଶ୍ଵର, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ଵାରା କବିବର ରାଧାନାଥ ରାୟଙ୍କ ଜନ୍ମପୀଠ କେଦାରପୁରଠାରେ ସ୍ଥାପିତ କବିବର ରାଧାନାଥ ରାୟଙ୍କ ପୂର୍ଣ୍ଣାବୟବ ବ୍ରୋଞ୍ଜ ପ୍ରତିମୂର୍ତ୍ତିର ଅନାବରଣ ଉତ୍ସବ ପୂର୍ବାହ୍ନ ୧୦.୩୦ ଘଟିକା ସମୟରେ ବାଲେଶ୍ୱର ଜିଲ୍ଲା ପ୍ରଶାସନ, ସୋର ବ୍ଲକ ପ୍ରଶାସନ ଏବଂ କବିବର ରାଧାନାଥ ସ୍ମୃତି ସଂସଦ, କେଦାରପୁରର ମିଳିତ ସହଯୋଗରେ ଅନୁଷ୍ଠିତ ହୋଇଯାଇଅଛି । ଏହି ଅନାବରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ସାଂସଦ, ଭଦ୍ରକ, ଶ୍ରୀଯୁକ୍ତ ଅଭିମନ୍ୟୁ ସେଠୀ, ବରେଣ୍ୟ ଅତିଥି ଭାବେ ମାନ୍ୟବର ବିଧାୟକ, ସୋର ଶ୍ରୀଯୁକ୍ତ ମାଧବ ଧଡା ଏବଂ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ), ବାଲେଶ୍ଵର ଶ୍ରୀ ହେମନ୍ତ କୁମାର ସିଂହ, ଅଧ୍ୟକ୍ଷା, ସୋର ପଞ୍ଚାୟତ ସମିତି ଶ୍ରୀମତୀ ଅନୁସୟା ମଲ୍ଲିକ, ଜିଲ୍ଲା ପରିଷଦ ସଦସ୍ୟ, ୪୫ ନଂ ଜୋନ ଶ୍ରୀଯୁକ୍ତ ଜୟରାମ ଦାସ, ସରପଞ୍ଚ, କେଦାରପୁର ଗ୍ରାମ ପଞ୍ଚାୟତ ଶ୍ରୀମତୀ ସୁପ୍ରିୟା ଜେନା, ସମିତି ସଭ୍ୟ, କେଦାରପୁର ଗ୍ରାମ ପଞ୍ଚାୟତ ଶ୍ରୀଯୁକ୍ତ ରାଜେଶ କୁମାର ନାୟକ, କବିବର ରାଧାନାଥ ସ୍ମୃତି ସଂସଦର ସମ୍ପାଦକ ଶ୍ରୀଯୁକ୍ତ ଶୁଭେନ୍ଦୁ କୁମାର ରାୟ ପ୍ରମୁଖ ଯୋଗ ଦେଇଥିଲେ । ପ୍ରାରମ୍ଭରେ ଅତିଥିମାନେ କବିବର ରାଧାନାଥ ରାୟଙ୍କ ଅଧିଷ୍ଠିତ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଏବଂ ତତ ପରେ ବେଦମନ୍ତ୍ର ପାଠ ସହ ନୂତନ ଭାବେ ସ୍ଥାପିତ କବିବର ରାଧାନାଥ ରାୟଙ୍କ ପୂର୍ଣ୍ଣାବୟବ ବ୍ରୋଞ୍ଜ ପ୍ରତିମୂର୍ତ୍ତିର ଅନାବରଣ କରାଯାଇଥିଲା । ଏହା ପରେ କବିବରଙ୍କ ସ୍ମୃତିରେ “ରାଧାନାଥଙ୍କ ପାଇଁ ଗଛଟିଏ” ଆଧାରରେ ଅତିଥିମାନଙ୍କ ଦ୍ଵାରା ବୃକ୍ଷରୋପଣ କରାଯାଇଥିଲା । ତତ ଉପରାନ୍ତ ଭାରତଗୀତିକା ଗାନ ସହ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ), ବାଲେଶ୍ଵର ଶ୍ରୀ ହେମନ୍ତ କୁମାର ସିଂହଙ୍କ ସଭାପତିତ୍ଵରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ କବିବରଙ୍କ ରଚିତ କବିତା ପାଠ କରାଯାଇଥିଲା ।।।
