କୋରାପୁଟ (ପ୍ରଶାନ୍ତ ଟାକ୍ରୀ) : ଡି ଏ ଭି ଶିକ୍ଷକ ଶିକ୍ଷା ମହା ବିଦ୍ୟାଳୟ ରେ ନୂତନ ଭାବେ ନାମଲେଖାଇ ଥିବା ପିଲାମାନଙ୍କୁ ତିନି ଦିନିଆ ଦୀକ୍ଷା ଆରମ୍ଭ ସମାରୋହ ଅନୁଷ୍ଠିତ ହୋଇଯାଇଛି l 2025-27 ବ୍ଯାଚ ରେ ସର୍ବମୋଟ 97 ଜଣ ପିଲା ନାମ ଲେଖାଇଛନ୍ତି l ଓଡିଶା ର କଣ ଅନୁକୋଣ ରୁ ଓଡ଼ିଶା ର ଭୂସ୍ୱର୍ଗ କୋରାପୁଟ ଠାରେ ପଢିବାର ସୁଯୋଗ ପାଇଥିବାରୁ ଛାତ୍ରଛାତ୍ରୀ ମାନେ ଖୁସି ବ୍ୟକ୍ତ କରିଛନ୍ତି l ଉଦଘାଟନୀ ସମାହାର ରେ ଡକ୍ଟର ଗୋପାଳ ହାଲଦାର, ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ, ଓଡିଶା ସରକାର, ଜୟପୁର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପିଲାମାନଙ୍କୁ ଉତ୍ସାହିତ କରିଥିଲେ l ପିଲା ମାନଙ୍କୁ ଏକ ଭଲ ଶିକ୍ଷକ ହୋଇ କିଭଲି ଭାବେ ସମାଜ ଗଠନକୁ ପ୍ରାଧ୍ୟାନ ଦେବେ ସେଥିପ୍ରତି ଦୃଷ୍ଟି ଆକର୍ଷଣ କରିବା କୁ କହିଥିଲେ l ପିଲା ମାନେ ଏହି ଅନୁଷ୍ଠାନ ରେ ଶିକ୍ଷକ ନିମନ୍ତେ ପ୍ରଶିକ୍ଷଣ ନେବା ସହିତ କିପରି ଭାବେ ଶିକ୍ଷକ ହେବା ପାଇଁ ବିଭିନ୍ନ ପ୍ରବେଶିକା ପରୀକ୍ଷା ରେ କୃତକାର୍ଯ୍ୟ ହେବା ପାଇଁ ଗୁରୁ ମନ୍ତ୍ର ଦେଇଥିଲେ l ଏହି ତିନି ଦିନିଆ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ର ସମସ୍ତ ପ୍ରାଧ୍ୟାପକ ପ୍ରାଧ୍ୟାପିକା କଲେଜ ର ନିୟମାବଳୀ, ପରୀକ୍ଷା ବ୍ୟବସ୍ଥା, ଛାତ୍ରାବାସ, IQAC, Anti Ragging, ମହିଳା ନିର୍ଯ୍ୟାତନ ନିରାକରଣ, ପାଠ୍ଯକ୍ରମ ଏବଂ ସହ ପାଠ୍ୟକ୍ରମ ଏବ୍ଂ ସେମାନଙ୍କର ଦୁଇ ବର୍ଷ ର କଣ କଣ କାର୍ଯ୍ୟକଳାପ ରହିବ ସବୁ ବିଷୟ ପିଲା ମାନଙ୍କୁ ଆବଗତ କରାଯାଇଥିଲା l ପିଲା ମାନେ ନିଜର ପରିଚୟ ପ୍ରଦାନ କରିଥିଲେ ଏବଂ ଆଗକୁ କିପରି ଭାବେ ଭଲ ଶିକ୍ଷକ ହେବେ ସେଥି ପ୍ରତି ଦୃଢତା ର ସହ କାର୍ଯ୍ୟ କରିବେ ବୋଲି କହିଥିଲେ l ଉଦଯାପନୀ ସଭାରେ କେନ୍ଦ୍ରୀୟ ବିଦ୍ୟାଳୟ କୋରାପୁଟ ର ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ଶ୍ରୀ ଯୁକ୍ତ ତରୁଣ କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ l ମୁଖ୍ୟ ଅତିଥି ପିଲାଙ୍କ ନିମନ୍ତେ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣ କରି ଚଳିତ ବର୍ଷ ରାଷ୍ଟ୍ରପତି ପୁରସ୍କାର ପାଇଥିବାରୁ ତାଙ୍କୁ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା l ଶ୍ରୀ ଦାସ ଗୁରୁ ଛାତ୍ର ଛାତ୍ରୀ ମାନଙ୍କୁ କିପରି ଭାବେ ନୂତନ ଜ୍ଞାନ କୌଶଳ ବ୍ୟବହାର କରି ପିଲାଙ୍କୁ ପାଠ ପଢେଇବେ ସେଥି ପ୍ରତି ଏକ ସୁନ୍ଦର ଉପସ୍ଥାପନା କରିଥିଲେ l ଯଦି ଶିକ୍ଷାବିତ୍ ସାମ୍ପ୍ରତିକ ଜ୍ଞାନକୌଶଳ ତଥା AI ପ୍ରୟୋଗ ଉପରେ ନିଜର ଶିକ୍ଷାଦାନ କୁ ସଂଯୋଗ ନ କରିବେ ତାହେଲେ ସେମାନେ ପିଲା ମାନଙ୍କୁ ଶିକ୍ଷାଦାନ ପ୍ରଣାଳୀ ରେ ସଂଯୋଗ କରିପାରିବେନି ବୋଲି ମତ ବ୍ୟକ୍ତ କରିଥିଲେ I ଏହି କାର୍ଯ୍ୟକ୍ରମ ଅନୁଷ୍ଠାନ ର ଅଧକ୍ଷ ପ୍ରୋଫେସର ଡକ୍ଟର ଦେବେନ୍ଦ୍ର କୁମାର ସେଠି ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଡକ୍ଟର ଭାରତୀ ଜାନି , ପ୍ରାଧ୍ୟାପିକା ଇତିହାସ ସଂଯୋଜନା କରିଥିଲେ l ଶ୍ରୀ ଚକ୍ରଧର ବେହେରା , ପ୍ରାଧ୍ୟାପକ ଏବ୍ଂ ଶ୍ରୀମତୀ ପ୍ରଜ୍ଞା ପାରମିତା ସାମନ୍ତରାୟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ଶ୍ରୀ ସୁଶାନ୍ତ କୁମାର ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ଅନୁଷ୍ଠାନ ର ସମସ୍ତ ସଦସ୍ୟ କାର୍ଯ୍ୟକ୍ରମ ସଫଳତା ପାଇଁ ସହଯୋଗ କରିଥିଲେ ।
