ସୋର (ଜ୍ୟୋତି ପ୍ରକାଶ ଦୀକ୍ଷିତ) : ସୋର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୪୫ନମ୍ବର ଜୋନ୍ ର ବାଳଙ୍ଗ ପଞ୍ଚାୟତ ରେ ରେ ସେବା ପକ୍ଷ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଭାରତ ର ଯଶ୍ଵସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ୭୫ ତମ ଜନ୍ମଦିନ ଅର୍ଥାତ୍ ୧୭ ସେପ୍ଟେମ୍ବର ରୁ ଆରମ୍ଭ ହୋଇ ସେବା ଓ ତ୍ୟାଗର ପ୍ରତୀକ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ଜନ୍ମ ଜୟନ୍ତୀ ଦିବସ ହୋଇ ୨ ଅକ୍ଟୋବର ଗାନ୍ଧୀ ଜୟନ୍ତୀରେ ଶେଷ ହେବ। ଏଇ ସେବା ପକ୍ଷରେ ରକ୍ତଦାନ ଶିବିର, ବୃକ୍ଷରୋପଣ, ସ୍ଵଚ୍ଛତା ଅଭିଯାନ, ପ୍ରଧାନମନ୍ତ୍ରୀ ମୋଦୀ ଙ୍କ ଜିବନୀ ପୁସ୍ତିକା, ଦୈଡ ଇତ୍ୟାଦି କାର୍ଯ୍ୟ କ୍ରମ ଅନୁଷ୍ଠିତ ହେବ। ଉକ୍ତ କାର୍ଯ୍ୟକ୍ରମରେ ମଣ୍ଡଳ ସଭାପତି ମନୋରଞ୍ଜନ ବାରିକ, ପୂର୍ବତନ ସଭାପତି ସିଦ୍ଧାର୍ଥ ଶଙ୍କର ବେହେରା ଙ୍କ ସମେତ କାଂଶବାଂଶ ମଣ୍ଡଳ ସମସ୍ତ ପଞ୍ଚାୟତ ର ପ୍ରମୁଖ, ସହ ପ୍ରମୁଖ ସମେତ ବିଭିନ୍ନ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।
