ସୋର: ସୋର ଷ୍ଟେସନ ରେ ପୁଣି ଅଘଟଣ। ଗତକାଲି ଜଣେ ଯୁବତୀ ଗୁରୁତର ହୋଇଥିବାବେଳେ ଆଜି ଜଣେ ଯୁବକ ଙ୍କ ଟ୍ରେନ ରେ ଗୋଡ କଟିଯାଇଛି। ଘଟଣା ରୁ ପ୍ରକାଶ ଯୁବକ ଜଣଙ୍କ ବାଲେଶ୍ଵରରୁ ଭଦ୍ରକ ଅଭିମୁଖେ ଆସୁଥିବା ନୀଳାଚଳ ଏକ୍ସପ୍ରେସ(୧୨୮୭୬) ରେ ଯାଉଥିଲେ। ଗୋଡ ଝୁଲାଇ ଟ୍ରେନ ଦ୍ଵାର ନିକଟରେ ବସିଥିବା ବେଳେ ପ୍ଲାଟଫର୍ମ ନିକଟରେ ଖସିପଡିଥିଲେ। ଫଳରେ ତାଙ୍କର ଗୋଟିଏ ଗୋଡର ପାଦ ସମ୍ପୂର୍ଣ୍ଣ ଭାବେ କଟିଯାଇଛି। ଯୁବକ ଙ୍କ ପରିଚୟ ମିଳିନାହିଁ। ସୋର ଆରପିଏଫ କର୍ମଚାରୀ ତାଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନା କୁ ନେଇଥିବା ବେଳେ ସେଠାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି।
