ଯୋଡ଼ା (କୃଷ୍ଣ ଚନ୍ଦ୍ର ପାତ୍ର) : ଯୋଡ଼ା ସିନେମା ହଲ ନିକଟରେ ଅବସ୍ଥିତ ବିଜେପି କାର୍ଯ୍ୟାଳୟ ରେ ଆଜି ସ୍ନେହ ମିଳନ ସଭା ଆୟୋଜିତ ହୋଇ ଥିଲା l ଏହି କାର୍ଯ୍ୟକ୍ରମରେ ଉଭୟ ଯୋଡ଼ା ମଣ୍ଡଳ ବିଜେପି ଏବଂ ବଡ଼ବିଲ ମଣ୍ଡଳ ବିଜେପି ସଦସ୍ୟ ମାନେ ଅଂଶଗ୍ରହଣ କରି ସଭାକୁ ସଫଳ କରିଥିଲେ l ଏହି ବୈଠକରେ ବିହାର ପ୍ରଦେଶ ସଂଗଠନ ମନ୍ତ୍ରୀ ଶ୍ରୀଯୁକ୍ତ ସନ୍ତୋଷ ଠାକୁର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ତାଙ୍କ ମନ୍ତବ୍ୟରେ ବିହାର ରାଜ୍ୟରୁ ଆସି ଯୋଡ଼ା ଓ ବଡ଼ବିଲ ଅଂଚଳ ରେ କାମ କରୁଥିବା ବିହାର ରାଜ୍ୟ ର ଭୋଟର ମାନଙ୍କୁ, ଚଳିତ ବର୍ଷ ବିହାର ଇଲେକ୍ସନ ରେ ଯୋଗ ଦେଇ ଭୋଟିଙ୍ଗ କରିବାକୁ ଅନୁରୋଧ କରିଥିଲେ l ଏହି ବୈଠକ ରେ ଯୋଡ଼ା ମଣ୍ଡଳ ବିଜେପି ସଭାପତି ଶ୍ରୀଯୁକ୍ତ ପାର୍ଥ ସାରଥୀ ଷଡ଼ଙ୍ଗୀ, ଏମପି ପ୍ରତିନିଧି ଉପଜିଲ୍ଲାପାଳ ଅଫିସ ଚମ୍ପୁଆ ଶ୍ରୀଯୁକ୍ତ ଆର କେ ଦାସ, ଚନ୍ଦ୍ରଗୁପ୍ତ ପ୍ରସାଦ,ସୁଶାନ୍ତ ବେବର୍ତ୍ତା, ଚର୍ଚ୍ଚିଲ ମହାକୁଡ଼, ରାହୁଲ ସିନ୍ହା, ଅନନ୍ତ ଟୁଡୁ, ଜଗନ୍ନାଥ ପାଣିଗ୍ରାହୀ, ତାରିଣୀ ପ୍ରଧାନ ମୁଖ୍ୟ ସଦସ୍ୟ ଏବଂ ଅନ୍ୟ ସମସ୍ତ ସଦସ୍ୟ ମାନେ ଉପସ୍ଥିତ ଥିଲେ l ଏହି ବୈଠକ ରେ ଯୋଡ଼ା ସଭାପତି ପାର୍ଥ ସାରଥୀ ଷଡ଼ଙ୍ଗୀ ସମସ୍ତ ଗାଡି ମାଲିକ, ଅନ୍ୟ କାର୍ଯ୍ୟାନୁଷ୍ଠାନ ର ମାଲିକ ମାନଙ୍କୁ ବିହାର ରାଜ୍ୟରୁ ଆସି ଯୋଡ଼ା, ବଡ଼ବିଲରେ କାର୍ଯ୍ୟରତ ସମସ୍ତ ଶ୍ରମିକ ମାନଙ୍କୁ ଭୋଟ ଦେବା ପାଇଁ ୨ ରୁ ୩ ଦିନ ଛୁଟି ଦେବାକୁ ଅନୁରୋଧ କରିଥିଲେ l
