ବସ୍ତା (ସେଖ ଆଜାରୁଦ୍ଦିନ) : ଚାକିରି ଓ ବିବାହର ପ୍ରଲୋଭନ ଦେଖାଇ ଯୁବତୀଙ୍କୁ ଦୁଷ୍କର୍ମ। ଥାନାରେ ମାମଲା ରୁଜୁ, ଯୁବକ ଗିରଫ। ଅଭିଯୋଗ ମୁତାବକ ବସ୍ତା ଥାନା ଅଞ୍ଚଳର ଜଣେ ଯୁବତୀ ଙ୍କ ସହିତ ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ତାଳପଦା ଗ୍ରାମର ମାନା ମଲ୍ଲିକ ଙ୍କ ପୁଅ ପ୍ରେମ ମଲ୍ଲିକ ମେସେଞ୍ଜରରେ ପରିଚିତ ହୋଇଥିଲେ। ପ୍ରେମ ମଲ୍ଲିକ ବିବାହ ପ୍ରତିଶ୍ରୁତି ସହିତ ଭଲ ଚାକିରୀ କରାଇ ଦେବାର ପ୍ରଲୋଭନ ଦେଖାଇ ଚାନ୍ଦିପୁର ସ୍ଥିତ ଏକ ହୋଟେଲ କୁ ଉକ୍ତ ଯୁବତୀ ଙ୍କୁ ନେଇ ଅନିଚ୍ଛା ସତ୍ତ୍ୱେ ଶାରୀରିକ ସମ୍ପର୍କ ରଖିଥିଲେ। ସେହିପରି ଗତ ଅଗଷ୍ଟ ୨୩ ତାରିଖ ବିବାହ କରି ଘରକୁ ନେଇଯିବେ ପ୍ରତିଶ୍ରୁତି ଦେଇ ତାଙ୍କୁ ହୋଟେଲ କୁ ନେଇ ଶାରୀରିକ ସମ୍ପର୍କ ରଖି, ବିବାହ କରି ନ ଥିଲେ କି ଘରକୁ ନେଇ ନଥିଲେ। ଯୁବତୀ ଓ ତାଙ୍କ ପରିବାର ବର୍ଗ ନ୍ୟାୟ ପାଇଁ ବସ୍ତା ଥାନାରେ ଅଭିଯୋଗ କରିଥିଲେ, ପରେ ପୁଅ ଘର ପକ୍ଷରୁ ଜମିଜାଗା ସହିତ ଟଙ୍କା ଦେଇ ଘଟଣାକୁ ରଫାଦଫା କରିବା ପାଇଁ ଥାନା ପରିସରରେ ଚାପ ପକାଇ ଥିଲେ। ଏଥିରେ ରାଜି ନହେବାରୁ ପିଡିତା ପରିବାର କୁ ଧମକ ଚମକ ଦେଇଥିଲେ। ଯାହାଫଳରେ ମାନସିକ ସ୍ଥିତି ହରାଇ ଥାନା ଭିତରୁ ବାହାରକୁ ଦୌଡ଼ି ଯାଇ ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିଲେ ପିଡିତା। ଦୁଇ ଜଣ ମହିଳା ପୋଲିସ କର୍ମଚାରୀ ତାଙ୍କୁ ଉଦ୍ଧାର କରି ଥାନାକୁ ନେଇଥିଲେ। ଏନେଇ ପୀଡ଼ିତା ଓ ତାଙ୍କ ପରିବାର ବର୍ଗ ବସ୍ତା ଏସଡିପିଓ ଙ୍କୁ ଭେଟି ନିଜର ଅଭିଯୋଗ ଜଣାଇଥିଲେ। ଏସଡିପିଓ ଙ୍କ ନିର୍ଦ୍ଦେଶ ରେ ମାମଲା ରୁଜୁ ହୋଇଥିଲେ ବି, ପରିବାର ପକ୍ଷରୁ ଦିଆଯାଇଥିବା ପ୍ରଥମ ଅଭିଯୋଗକୁ ପୋଲିସ ଗ୍ରହଣ କରିନଥିବା ବେଳେ, ମାନସିକ ସ୍ଥିତି ଠିକ୍ ନଥିବା ବେଳେ ପୋଲିସ ର ଚାପରେ ପିଡିତା ତରବରିଆ ଭାବେ ଏତଲା ଲେଖିଥିବା ମଧ୍ୟ ଅଭିଯୋଗ କରିଛନ୍ତି। ଏନେଇ ବସ୍ତା ପୋଲିସ ୩୦୩ ନମ୍ୱର ମାମଲା ରୁଜୁ କରି ଅଭିଯୁକ୍ତ ପ୍ରେମ ମଲ୍ଲିକ କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।
