ନୂଆପଡା ( ମିଖାଏଲ ନନ୍ଦ) : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକର ଗ୍ରାମାଞ୍ଚଳ ରେ ଆଜି ବି ପାଳିତ ହେଉଅଛି ପ୍ରାଚୀନ ପରମ୍ପରା, ରୋଗ ଭସାଣି (ବହଲା) କରିଥାନ୍ତି । ପୂର୍ବ କାଳରେ ମହାମାରୀ କୁ ଦୂର କରିବା ପାଇଁ ପ୍ରକୃତି ର ଉପାସନା କରି ବିଭିନ୍ନ ରକମ ର ବେଲ ଡାଳ, ଲିମ୍ୱ, ପଲାସ ଡାଳ କୁ ନେଇ ତାର ମଧ୍ୟରେ ଅଗ୍ନି ସଂଯୋଗ କରି ସେହି ଧୁଆଁ ନଗର ପରିକ୍ରମା କରି ଗାଁ ଦଣ୍ଡ ରେ ଥିବା ତିନି ମୁହାଁ ସଡ଼କ ଉପରେ ଚାଡ଼ି ବାଡ଼ି ନେଇ ତାଙ୍କୁ ଘଉଡାଇ ଥାଆନ୍ତି। ଆଜି ଖଡିଆଳ ବ୍ଲକ୍ ବେନ୍ଦ୍ରା ବହାଲ ଗ୍ରାମ ରେ ଆଜି ରୋଗ ବହଲା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି। ଗ୍ରାମର ବରିଷ୍ଠ ନାଗରିକ ମାନେ ସାମିଲ ହୋଇ ଗାଁ ଦଣ୍ଡ ତିନି ଛକ ରେ ଚାଡ଼ିଥାନ୍ତି। ଆଜି ଏହି ପରମ୍ପରା ଲୋପ ପାଉଛି। ଗ୍ରାମର ଝାରୁ ଶବର, ଶିତ ଶବର, ତିର ରାଉତ, ଖରି ରାଉତ ପ୍ରମୁଖ ଯୋଗ ଦେଇଥିଲେ।
