ବଡଚଣା ବିଜେଡି ତରଫରୁ ଚଣ୍ଡିଖୋଲ ଛକରେ ଗଣଧାରଣା.
ବଡ଼ଚଣ ରିପୋର୍ଟର,,,ସୁଶାନ୍ତ କୁମାର ଭଞ୍ଜଦୂତ
- ଚଣ୍ଡିଖୋଲ N.A.C ତାଲିକାରୁ ବାଦ ପଡ଼ିଥିବା ପ୍ରତିବାଦରେ ଆଜି ଚଣ୍ଡିଖୋଲ ଛକ ଠାରେ ବଡ଼ଚଣା ବିଜୁ ଜନତା ଦଳ ପକ୍ଷରୁ କ୍ୟାପଟେନ ରାଜ ନାରାୟଣ ମହାପାତ୍ରଙ୍କ ନେତୃତ୍ୱରେ ବଡଚଣା ବିଜେଡି ସଭାପତି ତାପସ ଚନ୍ଦ୍ର ରାୟଙ୍କ ସଭାପତିତ୍ୱରେ ଗଣଧାରଣା ଓ ପ୍ରତିବାଦ ସଭା କରାଯାଇଛି ।
ପୂର୍ବ ସରକାରଙ୍କ ସମୟରେ ଚଣ୍ଡିଖୋଲକୁ ଏନଏସି ଘୋଷଣା କରିଥିବା ବେଳେ ବର୍ତ୍ତମାନ ରାଜ୍ୟ ସରକାର ରାଜ୍ୟର ମୋଟ ୧୨ଟି ଅଞ୍ଚଳକୁ ଏନଏସି ଘୋଷଣା କରିଛନ୍ତି। ଯଦି ଆସନ୍ତା ପନ୍ଦର ଦିନ ମଧ୍ୟରେ ଚଣ୍ଡିଖୋଲ କୁ ଏନ୍ଏସି ଘୋଷଣା କରାନଯାଏ ସାରା ବଡଚଣା ସହ ତିନି ଗୋଟି ଜାତୀୟ ରାଜପଥକୁ ଅବରୋଧ କରାଯିବ ବୋଲି ବଡଚଣା ବିଜେଡି ନେତା କ୍ୟାପଟେନ୍ ରାଜନାରାୟଣ ମହାପାତ୍ର କହିଛନ୍ତି ।
ଆଗାମୀ ଦିନରେ ସରକାର ଚଣ୍ଡିଖୋଲକୁ N.A.C ପୁନଃର୍ବିଚାର କରି ତାଲିକାଭୁକ୍ତ ନ କରିଲେ, ବଡ଼ଚଣାରେ ଆହୁରି ଦୁର୍ବାର ଆନ୍ଦୋଳନ କରାଯିବ।ଏହି ଆନ୍ଦୋଳନରେ ବଡଚଣା ୪୩ଟି ପଂଚାୟତର ସମସ୍ତ ବିଜେଡି ନେତୃମଣ୍ଡଳିଙ୍କ ସହ ହଜାର ହଜାର କର୍ମି ସାମିଲ ହୋଇଥିଲେ.
