ଭବାନୀପାଟଣା (କିଶନ ଶର୍ମା) : ଜିଲ୍ଲା କଂଗ୍ରେସ କମିଟି ଦ୍ୱାରା ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଭାରତ ରତ୍ନ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗର ରାଜୀବ ଗାନ୍ଧୀ ଙ୍କ ଜନ୍ମ ଜୟନ୍ତୀ ପାଳନ କରା ଯାଇଥିଲା l
ରାଜୀବଗାନ୍ଧୀ ପଂଚାୟତୀ
ରାଜ ସଂଗଠନ ର
ରାଜ୍ୟ ସାଧାରଣ ସମ୍ପାଦକ ସରୋଜ ବାଗ ସଭାପତିତ୍ୱ କରିଥିଲେ l କାର୍ଯ୍ୟକ୍ରମରେ ବରିଷ୍ଠ କଂଗ୍ରେସ ନେତା ପୂର୍ବତନ ସଭାପତି ଜୟଦେବ ନାଏକ, ପୂର୍ବତନ ଜିଲ୍ଲା ସାଧାରଣ ସମ୍ପାଦକ ବ୍ରଜ ସାହୁ, ବରିଷ୍ଠ କଂଗ୍ରେସ ନେତା କୁମୁଦ ପଟନାୟକ, ଚନ୍ଦ୍ର ଶେଖର ଯୋଶୀ, ନାରୀ ନେତ୍ରୀ ପ୍ରମିଳା ବାତ୍ରା, ଯୁବ କଂଗ୍ରେସ ସଭାପତି
ମହମ୍ମଦ ସାହେବ, ଛାତ୍ର କଂଗ୍ରେସ ସଭାପତି ଶୁଭମ ଦୁର୍ଗା, ବରିଷ୍ଠ ଆଇନଯିବି ତଥା ବରିଷ୍ଠ କଂଗ୍ରେସ ନେତା ସିଦ୍ଧାର୍ଥ ନାୟକ, ରାଜ୍ୟ ଶୃଙ୍ଖଳା କମିଟି ସଦସ୍ୟ ଇନ୍ଦ୍ରଜିତ ମହାକୁଡ଼, କଂଗ୍ରେସ ନେତା ଭାଗବତ ଯାଦବ, ପ୍ରିତମ ବେହେରା, ଲିଙ୍ଗରାଜ ନାଏକ ପ୍ରମୁଖ ଉପସ୍ଥିତ ରହି
ରାଜୀବଗାନ୍ଧୀ ଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବାସହ
ସ୍ମୃତିଚାରଣ କରିଥିଲେ l
