ନୂଆପଡା ( ମିଖାଏଲ ନନ୍ଦ) :
ନୂଆପଡା ଜିଲ୍ଲା ମୁଖ୍ୟାଳୟ ସଦର ଥାନା ରାଧାକୃଷ୍ଣ ପଡା ରେ ରହୁଥିବା ଜଣେ ମହିଳା ପୋଲିସ କର୍ମଚାରୀ ଙ୍କ ନୂଆପଡା ରେଲୱେ ଫାଟକ ପାଖରେ ଏକ ଗଛରେ ଝୁଲନ୍ତା ମୃତ୍ୟୁ ଦେହ ଉଦ୍ଧାର ହୋଇଛି.। ନୂଆପଡା ପୋଲିସ ଶବ ଉଦ୍ଧାର କରିଛନ୍ତି। ସୂଚନା ଅନୁଯାୟୀ ନୂଆପଡା ପୋଲିସ ବିଭାଗ ରେ କାର୍ଯ୍ୟରତ ଥିବା ଜଣେ ମହିଳା ପୋଲିସ କର୍ମଚାରୀ ରୁକ୍ମଣୀ ନାଗ,(28)ସନ୍ଧ୍ୟାରେ ନୂଆପଡା ରେଲୱେ ଫାଟକ ପାଖରେ ଥିବା ଏକ ଗଛ ରେ ଓଢଣୀ ସାହାଯ୍ୟରେ ଆତ୍ମହତ୍ୟା କରିଥିବା କୁହାଯାଇଛି। ନୂଆପଡା ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ କୁ ଉଦ୍ଧାର କରି ଜବତ କରି ମୂଖ୍ୟ ଚିକତ୍ସାଳୟ ରେ ରଖାଯାଇ ଥିଲା।ମହିଳା ପୋଲିସ କର୍ମଚାରୀ ବିବାହିତା, ସେ କାହିଁକି ଆତ୍ମହତ୍ୟା କଲେ ସନ୍ଦେହ ଘେରରେ ରହିଛି। ମୃତ ପୋଲିସ କର୍ମଚାରୀଙ୍କ ସ୍ୱାମୀ ମଧ୍ୟ ପୋଲିସ ବିଭାଗରେ କାର୍ଯ୍ୟରତ ବୋଲି ଜଣାପଡିଛି। ମୃତ ମହିଳା ପୋଲିସ ଙ୍କ ମୃତ୍ୟୁ ପୂର୍ବ ର ଏକ ଭିଡ଼ିଓ ବାର୍ତା ମୋବାଇଲ ରେ ଭାଇରଲ ହେଉଛି। ମୃତକ ମହିଳା ପୋଲିସ କର୍ମଚାରୀ ଙ୍କ ଭଉଣୀ ଏକ ଏଫଆଇଆର ନୂଆପଡା ପୋଲିସ ଷ୍ଟେସନ ରେ ଦାୟର କରିଛନ୍ତି। କେସ ନୁମ୍ବର 191/2025,16 ଜୁଲାଇ 2025,ବିଏନଏସ ଧାରା, ୟୁ /ଏସ 85,108 ରୁଜୁ କରି ତଦନ୍ତ ଅବ୍ୟାହତ ରହିଛି।ତଦନ୍ତ ପରେ ମୃତ୍ୟୁ ରହସ୍ୟ ପଦାକୁ ଆସିବବୋଲି ଜଣା ପଡିଛି।
