
ନୂଆପଡା ( ମିଖାଏଲ ନନ୍ଦ) : ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ଖଡିଆଳ ଅଗ୍ରେଶନ ଧର୍ମଶାଳା ପରିସର ମଧ୍ୟରେ ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳିତ ହୋଇଯାଇଅଛି। ଏହି ସ୍ମୃତି ଦିବସ ରେ ମୁଖ୍ୟ ଅତିଥି ରୂପେ ବରିଷ୍ଠ ସଦସ୍ୟ ଶିବ ପ୍ରସାଦ ମୁଣ୍ଡ ଯୋଗ ଦେଇ ଭାରତ ସ୍ବାଧୀନତା ପୂର୍ବ ଦିନରେ ଭାରତର ଅଖଣ୍ଡତା କୁ କ୍ଷୁର୍ଣ୍ଣ କରି ପାକିସ୍ତାନ କୁ ବିଭାଜନ ଚକ୍ରାନ୍ତ ଶିକାର କରିଥିଲେ। ଏହାର ସ୍ମୃତି ରେ ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳିତ ହୋଇଅଛି। ବୈଠକ ରେ ପୂର୍ବତନ ବିଧାୟକ ହିତେଶ ବଗର୍ତ୍ତି ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ବକ୍ତା ରୂପେ ବିଶିଷ୍ଟ ସାହିତ୍ୟିକ ଗୌରାଙ୍ଗ କୁମାର ସାହୁ, ସଂଘ ପ୍ରମୁଖ ପୁଷ୍ତମ ସୁନାନୀ, ବିନୋଦ କୁମାର ଅଗ୍ରୱାଲ, ପୂର୍ବତନ ଜିଲ୍ଲା ସଭାପତି ଅତିନ୍ଦ୍ର ସିଂ ମଲ୍ଲିକ ଯୋଗ ଦେଇଥିବା ବେଳେ ରାତ୍ର ନନ୍ଦ ମନହିଁରା ମଞ୍ଚ ପରିଚାଳନା କରିଥିଲେ। ବିଭାଜନ ବେଳେ ଘଟିଥିବା ବିଭୀଷିକା ନେଇ ଅତିଥି ମାନେ ମତ ପୋଷଣ କରିଥିଲେ। ଏହି ଉପଲକ୍ଷେ ଆଗ୍ରେସନ ଧର୍ମଶାଳା ଠାରୁ ହର ଘର ତ୍ରିରଙ୍ଗା, ଘର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶତାଧିକ କର୍ମୀ ଭାରତୀୟ ତ୍ରିରଙ୍ଗା ପତାକା ନେଇ ସ୍ଳୋଗାନ ଦେଇଥିବା ବେଳେ ୧୦୦ ଫୁଟ ଲମ୍ବ ତ୍ରିରଙ୍ଗା ପତାକା ନେଇ ନଗର ପରିକ୍ରମା କରିଥିଲେ।
