ସୋର (ଜ୍ୟୋତି ପ୍ରକାଶ ଦୀକ୍ଷିତ): ଓଡ଼ିଶୀ ନୃତ୍ୟ ପାଇଁ ସୋରରେ ଆଗ ଧାଡ଼ିର ନୃତ୍ୟ ଅନୁଷ୍ଠାନ ରୂପେ ପରିଚିତ ନୁପୁର ନୃତ୍ୟ ଅନୁଷ୍ଠାନର ୧୧ତମ ପ୍ରତିଷ୍ଠା ଦିବସ ସୋର ଉତ୍ତରେଶ୍ୱର ସ୍ଥିତ ଲିଓ ସାଇ ପ୍ଲାଜ଼ା ପରିସରରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ଭଦ୍ରକ ଜିଲ୍ଲା ବନ୍ତ ବିଇଓ ଡ଼ ସୁକିର୍ତ୍ତୀ କର ଯୋଗଦାନ କରି ଓଡ଼ିଶୀ ନୃତ୍ୟକୁ ନେଇ ଆଗାମୀ ଭବିଷ୍ୟତ ବାବଦରେ ପିଲାମାନଙ୍କୁ ଅବଗତ କରାଇଥିଲେ l ପିଲାମାନଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟ ପରିବେଷଣ ସମସ୍ତଙ୍କୁ ଆକର୍ଷିତ କରିଥିଲା। ଶେଷରେ ଅନୁଷ୍ଠାନର ନିର୍ଦ୍ଦେଶିକା ମିତାଲି ଷଡ଼ଙ୍ଗୀ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ଅତିଥିମାନଙ୍କ ଦ୍ୱାରା କୃତି ନୃତ୍ୟଶିଳ୍ପୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା l କାର୍ଯ୍ୟକ୍ରମକୁ ଶଶୀକାନ୍ତ ସନ୍ଧିବିଗ୍ରହ, ଅଙ୍କିତା ସନ୍ଧିବିଗ୍ରହ,ସିଦ୍ଧାନ୍ତ ବିଶ୍ୱାଳ, ମିଲନ ସନ୍ଧିବିଗ୍ରହ, ହନି ଅଗ୍ରୱାଲ ଓ ଇପ୍ସିତା ମହାନ୍ତି ପ୍ରମୁଖ ପରିଚାଳନା କରିଥିଲେ l
