
ନୂଆପଡା( ମିଖାଏଲ ନନ୍ଦ) : ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ସିନାପାଲି ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ଗଙ୍ଗାଧର ସାରସ୍ଵତ ସମିତି ଆନୁକୁଲ୍ୟରେ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି l ଏହି ଉପଲକ୍ଷେ ପୂର୍ବାହ୍ନରେ ଏକ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ଅନୁଷ୍ଠିତ ସଭାରେ ସାରସ୍ଵତ ସମିତିର ସଭାପତି ବୈଷ୍ଣବ ମେହେର ସଭାପତିତ୍ବ କରିଥିବାବେଳେ ପୂର୍ବ ବ୍ଲକ ଅଧ୍ୟକ୍ଷ ନୀଳମଣି ମେହେର, ସ୍ଥାନୀୟ ଏସ ବି ଆଇ ଶାଖା ପରିଚାଳକ ଉତ୍କଳ ପ୍ରଧାନ , କବି ରାଜେଶ କୁମାର ମୁଣ୍ଡ, କବି ସତ୍ୟବ୍ରତ ଗହୀର, ରବୀନ୍ଦ୍ରନାଥ ଯୋଷୀ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ମଞ୍ଚାସିନ ଥିଲେ l ଅଧ୍ୟାପକ ଧ୍ରୁବଚରଣ ପ୍ରଧାନ ଓ ଲଳିତ କୁମାର ସୁନାରି କବିତା ଗୁଡ଼ିକର ସଂଯୋଜନା କରିଥିଲେ l ଏହି କବିତା ପାଠୋତ୍ସବରେ ପ୍ରଦ୍ୟୁମ୍ନ କୁମାର ଚିନ୍ଦା, ପରେସ ନାଥ ପାଣିଗ୍ରାହୀ, ଶାଶ୍ଵତୀ ହୋତା, ଚିନ୍ତାମଣି ସାହୁ, ହରେକୃଷ୍ଣ ମେହେର, ବବିତା ମେହେର, ରେଶ୍ମା ମେହେର, ଯଶୋବନ୍ତ ସା, ରାଜେଶ ମୁଣ୍ଡ, ଗୌତମ ମେହେର, ଖଗେଶ୍ବର ବାଗ, ନବୀନ ଚନ୍ଦ୍ର ମେହେର, ଜିତେନ୍ଦ୍ର ଗହୀର, ଡିସମ୍ବର ମେହେର, ମୂରଲୀଧର ସା , ଲୋଚନ ମେହେର, ଚୂଡ଼ାମଣି ମେହେର, ଭିଷ୍ମରାଜ୍ ମେହେର, ବିଜୟ କୁମାର ଯୋଷୀ, ଇତିଶ୍ରୀ ମେହେର, ନିଲାଞ୍ଚଲ ମେହେର, ସସ୍ମିତା ମେହେର, ନିକୁଞ୍ଜ ସା, ସରସ୍ଵତୀ ମେହେର, ହିତେଶ ସୁନାନୀ,ଯୋଗଦେଇଥିଲେ।