ନୂଆପଡା ( ମିଖାଏଲ ନନ୍ଦ) : ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ଖଡିଆଳ ଡିଗ୍ରୀ ମହିଳା କଲେଜ୍ ପରିସର ମଧ୍ୟରେ ଜାତୀୟ ସେବା ଯୋଜନା ପକ୍ଷ ରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ବାନ କ୍ରମେ ମାଁ ପାଇଁ ଗଛ ଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମ ରେ କଲେଜ୍ ଅଧ୍ୟକ୍ଷା ଲିଜା ଆଚାର୍ଯ୍ୟ ଅଧ୍ୟକ୍ଷତା କରିଥିବା ବେଳେ ଓଡ଼ିଶା ଜୀବିକା ମିଶନ ଜିଲ୍ଲା ପ୍ରକଳ୍ପ ପ୍ରବନ୍ଧକ ଆଲୋକ କୁମାର ମଲ୍ଲିକ, ଡେପୁଟି ଲେବର କମିଶନ ରବୀନ୍ଦ୍ର କୁମାର ଲାକ୍ରା, ବରିଷ୍ଠ ସାମ୍ବାଦିକ ତପନ ରଞ୍ଜନ ଦାସ ଯୋଗ ଦେଇ ଦେଶର ପରିବେଶ ନିୟନ୍ତ୍ରଣ ପାଇଁ ଚାରା ରୋପଣ ନିତାନ୍ତ ଆବଶ୍ୟକ ଅଟେ। ଔଷଧୀୟ ଚାରା ରୋପଣ ଦ୍ବାରା ଜୀବ ଜଗତକୁ ଅମ୍ଳଜାନ ପ୍ରଦାନ କରିବା ସହ ପରିବେଶ ସୁରକ୍ଷା ରେ ସହାୟତା ହେବ। ଡିଗ୍ରୀ କଲେଜ୍ ଜାତୀୟ ସେବା ଯୋଜନା ମହିଳା ୟୁନିଟ ଦ୍ଵାରା ୪୦୦ ଔଷଧିୟ ଚାରା ରୋପଣ ଲକ୍ଷ ରହିଥିବା ବେଳେ ୫୦ ଗୋଟି ଔଷଧୀୟ ଚାରାକୁ ଆଜି ଅତିଥି ମାନେ ରୋପଣ କରିଛନ୍ତି।
