
ନୂଆପଡା ( ମିଖାଏଲ ନନ୍ଦ) : ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ଖଡିଆଳ ଡିଗ୍ରୀ ମହିଳା ମହାବିଦ୍ୟାଳୟ ପରିସର ମଧ୍ୟରେ ଏକକ ବ୍ୟବହାର ପ୍ଲାଷ୍ଟିକ ମୁକ୍ତ ଜିଲ୍ଲା ଗଠନ ସହ ହର ଘର ତ୍ରିରଙ୍ଗା ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମ ରେ କଲେଜ୍ ଅଧ୍ୟକ୍ଷା ଲିଜା ଆଚାର୍ଯ୍ୟ ଅଧ୍ୟକ୍ଷତା କରିଥିବା ବେଳେ ଓଡ଼ିଶା ଜୀବିକା ମିଶନ ଜିଲ୍ଲା ପ୍ରକଳ୍ପ ପ୍ରବନ୍ଧକ ଆଲୋକ କୁମାର ମଲ୍ଲିକ, ଡେପୁଟି କମିଶନର ରବୀନ୍ଦ୍ର କୁମାର ଲାକ୍ରା, ଗୃହ ଓ ପୂର୍ତ୍ତ ନିର୍ମାଣ ବିଭାଗ ସହକାରୀ ଯନ୍ତ୍ରୀ ଆମୋଘ ନାରାୟଣ ପଣ୍ଡା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମମତା ଥାପା, ୟୁନିସେଫ କର୍ମଚାରୀ ବିଜେନ୍ଦ୍ର ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇଥିଲେ। କଲେଜ୍ ଅଧ୍ୟକ୍ଷା ସଭାରେ ମହିଳା ଶିକ୍ଷାର ଉନ୍ନତି, ନାରୀ କୁ ଶସକ୍ତି କରିବା ସହ ମହିଳା ସମୃଦ୍ଧି ନେଇ କଲେଜର ପ୍ରତିଷ୍ଠା ଦିବସ ପାଳନ ହେଉଥିବା ବେଳେ ଜିଲ୍ଲାପାଳ ଙ୍କ ଆହ୍ବାନ କ୍ରମେ ଏକକ ବ୍ୟବହାର ପ୍ଲାଷ୍ଟିକ ବର୍ଜନ ପାଇଁ ସଚେତନ ପାଇଁ ଆହ୍ବାନ କରିଛନ୍ତି। କଲେଜ୍ ପରିସର କୁ ଅତିଥି ଏବଂ ଛାତ୍ରୀ ମାନେ ମିଳିତ ରୂପେ ସଫେଇ କରି ପ୍ଲାଷ୍ଟିକ ବର୍ଜନ କରିବାକୁ ଆହ୍ବାନ ଦେଇଛନ୍ତି। ଲକ୍ଷ୍ମୀ ନାରାୟଣ ପଣ୍ଡା ସ୍ବାଗତ କରିଥିବା ବେଳେ ପୁଷ୍ପାଞ୍ଜଳୀ ପ୍ରଧାନୀ ଧନ୍ୟବାଦ ଦେଇଥିଲେ।