ନୂଆପଡା (ମିଖାଏଲ ନନ୍ଦ) : ନେସନାଲ କଲେଜ୍ ନୂଆପଡ଼ା ରେ ଆରମ୍ଭ ହେଲା ଛାତ୍ର ହଷ୍ଟେଲ, ହଷ୍ଟେଲ ନୂତନ ନାମକାରଣ ପର୍ଯ୍ୟଟନ ସ୍ଥଳୀ ଓ ଜଳ ପ୍ରପାତ “ଗୋଧସ୍”, ନାମିତ କରିଛନ୍ତି।ହଷ୍ଟେଲ ପରିସର ମଧ୍ୟରେ ସ୍ବଚ୍ଛତା ଅଭିଯାନ ରେ ସଫେଇ କାର୍ଯ୍ୟ ଆରମ୍ଭ କରାଯାଇଛି । ଚଳିତ ଶିକ୍ଷା ବର୍ଷ ୨୦୨୫-୨୬ ରୁ ଛାତ୍ରାବାସ ଆରମ୍ଭ କରିଥିବା ବେଳେ କଲେଜ ବୃକ୍ଷ ରୋପଣ କରିଛନ୍ତି। ” ଗୋଧସ୍” ଛାତ୍ରବାସ ରେ ବର୍ତ୍ତମାନ ପର୍ଯ୍ୟନ୍ତ ୨୪ ଜଣ ଛାତ୍ର ପ୍ରବେଶ କରିଛନ୍ତି । ଆଜି ଅନ୍ତେବାସୀଙ୍କ ସହ ନିରୀକ୍ଷଣ ଦାୟୀତ୍ୱାଥିବା ଅଧ୍ୟାପକ ପ୍ରକାଶ କୁମାର ସାହୁ, କୋମନ ଲାଲ ଚନ୍ଦ୍ରକାର, ବୈକୁଣ୍ଠ ବେହେରା, ଅବିନାଶ ଚଲାନ ପ୍ରମୁଖ ଉପସ୍ଥିତ ଥିଲେ । ସମସ୍ତଙ୍କ ଦ୍ଵାରା ସକାଳ ୮ରୁ ଅନ୍ତେବାସୀଙ୍କ ସହ ମିଶି ହଷ୍ଟେଲ ପରିସର ଚାରା ରୋପଣ କରାଯାଇଥିଲା । ଆବଶ୍ୟକ ଥିବା ଛାତ୍ର ମାନେ ହଷ୍ଟେଲ ସୁବିଧା ନେବାକୁ ଆହ୍ଵାନ।
