ନୂଆପଡା( ମିଖାଏଲ ନନ୍ଦ) : ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ଖଡିଆଳ ଠାରେ ଏକ ସ୍ଵତନ୍ତ୍ର ପ୍ରଜାତିର ଗାଈ ଦେଖିବାକୁ ମିଳୁଥିଲା। ଯାହାକି ଦିନକୁ ଦିନ ଲୋପ ପାଇବାକୁ ବସିଲାଣି। ଏହି ଗାଈର ପ୍ରଜାତି ଏକ ଦେଶୀ ଗାଈ। ଉଚ୍ଚତା ଅତି କମ୍ ଥିବା ବେଳେ ଏହାର ଦୁଗ୍ଧ ରେ ଫେଟ ଅଂଶ ବହୁତ୍ ଅଧିକ ରହିଥାଏ। ଦୁଗ୍ଧ କୁ ଗରମ କରିବା ବେଳେ ବହୁ ମୋଟାଲିଆ ଲହୁଣୀ ବାହାରି ଥାଏ। ଗାଈର ରୋଗ ପ୍ରତିରୋଧକ ଶକ୍ତି ବେଶୀ ଅଛି। ବର୍ତ୍ତମାନ ଗୋ ସମ୍ପଦ ବୃଦ୍ଧି ସହ ଗୋ ଚାଷୀଙ୍କ ଆୟ ବୃଦ୍ଧି ପାଇଁ ବ୍ୟାପକ ସରକାରୀ ଯୋଜନା କାର୍ଯ୍ୟ କରୁଅଛି। ଦେଶୀ ପ୍ରଜାତି ଗାଈ ର ଚାହିଦା କମ ରହିଅଛି। ସମସ୍ତେ ମହିବାଲ, ଗୀର,ଭଳି ଅନେକ ପ୍ରଜାତି ଗାଈ ପାଲନ କରିଛନ୍ତି। ଦେଶୀ ପ୍ରଜାତି ଗାଈ ସିମେନସ ପ୍ରସ୍ତୁତ କରି ଦେଶୀ ପ୍ରଜାତି ଗାଈ ସଂଖ୍ୟା ବୃଦ୍ଧି କରିବାକୁ ପ୍ରାଣୀ ଚିକିତ୍ସା ବିଭାଗ କୁ ବିଶେଷ ଅନୁରୋଧ। ଖଡିଆଳ ପ୍ରଜାତି ଗାଈର ବୃଦ୍ଧି କରିବାକୁ ଅନୁରୋଧ।
