ଯାଜପୁର (ସରୋଜ କୁମାର ଧଳ) : ଯାଜପୁର ମୁନ୍ୟୁସିପାଲିଟି ଅର୍ନ୍ତଗତ ୟୁନିଟ୍ ୫ ସ୍ଥିତ ସ୍ୱଚ୍ଛତା ମହାସଂଘର ବିଭିନ୍ନ ଜନହିତକର କାର୍ଯ୍ୟ ଜାରି ରହିବା ସହିତ ସହରକୁ ପ୍ରଦୂଷଣମୁକ୍ତ ଏବଂ ସ୍ୱଚ୍ଛ ସୁନ୍ଦର ରଖିବାକୁ ମହାସଂଘ ସର୍ବଦା କାର୍ଯ୍ୟରତ । ଏହି ମହାସଂଘ ଅଧିନରେ ଥିବା ସ୍ୱୟଂ ସହାୟକ ଗୋଷ୍ଠୀ ବ୍ୟାଙ୍କରୁ ଋଣ ଆଣି ବିଭିନ୍ନ ଆର୍ଥିକ କାରବାର କରି ନିଜେ ଆର୍ଥିକ ଭାବେ ସ୍ୱଚ୍ଛଳ ହେବା ସହିତ ବଜାରର ଅଭାବ ପୂରଣ ଦିଗରେ ସେମାନଙ୍କର କାର୍ଯ୍ୟ ଜାରି ରହିଛି । ଯାଜପୁର ୟୁନିଟ୍-୫ ଅର୍ନ୍ତଗତ ୱାର୍ଡ ନଂ ୧୭ର ମା ଭଉଣୀମାନଙ୍କୁ ନେଇ ତା-୦୭.୦୨.୨୦୨୩ ରିଖ ଦିନ ଏହି ସ୍ୱଚ୍ଛତା ମହାସଂଘ ଗଠନ କରାଯାଇଥିଲା । ମହାସଂଘ ଅଧିନରେ ଥିବା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ବିଭିନ୍ନ ବ୍ୟାଙ୍କରୁ ଋଣ ଆଣି ସେଥିରେ ବ୍ୟବସାୟ କରି ଆତ୍ମ ନିର୍ଭରଶୀଳ ହୋଇପାରିଛନ୍ତି । ଯେପରିକି ମା’ ହୀରାଦେବୀ ସ୍ୱୟଂସହାୟକ ଗୋଷ୍ଠି ବଡ଼ି ତିଆରି କରି, ଶନିଦେବୀ ଗ୍ରୃପ୍ ‘ଗୁଆକଟା ଓ ପେକିଂ’ କାମ, ମାଁ ମଙ୍ଗଳା ଗ୍ରୁପ୍ ‘ମସଲା ଗୁଣ୍ଡ କରିବା ଏବଂ ପ୍ୟାକିଂ କରିବା କାମ, ଚାନ୍ଦଶା ଏସ୍ଏଚ୍ଜି ଗ୍ରୁପ୍ ‘ସିଲେଇ କରିବା ଏବଂ ତା’ର ମାର୍କେଟିଂ କାମ, ନିକଟରେ ଓଡ଼ିଶା ପ୍ରସିିଦ୍ଧ ମା’ ବିରଜା ଦେବୀଙ୍କ ମନ୍ଦିର ଥିବାରୁ ମା ମଙ୍ଗଳା ଏସ୍ଏଚିଜି ଗ୍ରୁପ୍ ‘ଫୁଲ ମାଳି ଓ ଫୁଲର ପ୍ୟାକେଟ୍ କାମ କରି ଭଲ ଦୁଇପଇସା ଆର୍ଥିକ ବ୍ୟବସାୟ କରୁଛନ୍ତି । ମହାସଂଘଟି ପ୍ରସିଦ୍ଧ ବିରଜା ହାଟ ନିକଟରେ ଥିବାରୁ ଏହାର ସମସ୍ତ ସାମଗ୍ରି ସୁରୁଖୁରୁରେ ଭଲ ମୂଲ୍ୟରେ ଏହି ହାଟ ସମେତ ନିକଟସ୍ଥ ବଜାରରେ ବିକ୍ରି ହୋଇପାରୁଛି । ଯେହେତୁ ମହାସଂଘର ନାମ ସ୍ୱଚ୍ଛତା ମହାସଂଘ ରଖାଯାଇଛି ତେଣୁ ଏହାର କର୍ମକର୍ତାମାନେ ସର୍ବଦା ନିଜ ଶରୀରକୁ ସ୍ୱଚ୍ଛତା ରଖିବା ସହିତ ଆଖପାଖର ରାସ୍ତାଘାଟକୁ ସଫା ସୁତୁରା ରଖିବା ଉପରେ ଗୁରୁତ୍ୱ ଦେଇ ସହର ର ସୌନ୍ଦର୍ଯ୍ୟ ବଢାଇବା ଦିଗରେ ସଂଘ କାର୍ଯ୍ୟ କରିଥାଏ । ସଂଘର ସଭାନେତ୍ରୀ ରେସମା ବେଗମ୍ ଏବଂ ସମ୍ପାଦୀକା ଲକ୍ଷ୍ମୀ ପ୍ରିୟା ଦାସଙ୍କ ନେତୃତ୍ୱରେ ସଂଘ ପରିଚାଳିତ ହେବା ସହିତ ବିଭିନ୍ନ ଜନହିତକର କାର୍ଯ୍ୟ ଜାରି ରଖିଛି ।
