ସୋର (ଜ୍ୟୋତି ପ୍ରକାଶ ଦୀକ୍ଷିତ) : ରାଜ୍ୟ ତଥା ସୋରର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ଆଦର୍ଶ ଯୁବ ପରିଷଦ ତରଫରୁ ‘ସବୁଜ ସୋର, ସବୁଜ ଓଡ଼ିଶା’ବୃକ୍ଷରୋପଣ କାର୍ଯ୍ୟକ୍ରମ ସୋର ବ୍ଲକ ଦହିସଡ଼ା ପଞ୍ଚାୟତ ଜଗନ୍ନାଥପୁର ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି। ଜଗନ୍ନାଥପୁର ମୁଖ୍ୟ ରାସ୍ତା ଦୁଇ ର୍ପାଶ୍ୱରେ ଥିବା ୩୦ରୁ ଉର୍ଦ୍ଧ୍ୱ କୃଷ୍ଣଚୁଡା,ରାଧାଚୁଡା,ଶିଶୁ, ଜାମୁ, ପିଜୁଳି ଚାରା ରୋପଣ କରାଯାଇଥିଲା। ଏହି ସମୟରେ ଗ୍ରାମବାସୀଙ୍କ ତରଫରୁ ମାୟାଧର ଜେନା,ପ୍ରଦ୍ୟୁମ୍ନ ଜେନା,ଉମେଶ ନାୟକଙ୍କ ସହ ଆଦର୍ଶ ଯୁବ ପରିଷଦ ତରଫରୁ ସଭାପତି ପୃଥିବୀ ରଞ୍ଜନ ବେହେରା, ସତ୍ୟବ୍ରତ ବେହେରା, ଯଦୁନାଥ ଧଡ଼ା,ତୁଷାର ଜେନା,କାର୍ତ୍ତିକ ରାଉଳ,ମୃତ୍ୟଞ୍ଜୟ ଦାସ, ମାନସ ଘୋଡ଼ା,ରବୀନ୍ଦ୍ର ଦାସ,ମମତା ସାହୁ, ପ୍ରମିଳା ରାଉତ, ରଞ୍ଜିତା ଅଗସ୍ତି, ପ୍ରଭାବତୀ ପ୍ରଧାନ, ନିବେଦିତା ପୋଇ,ରିତା ଜେନା, କାଞ୍ଚନ ବାରିକ ପ୍ରମୁଖ ବୃକ୍ଷରୋପଣରେ ଅଗ୍ରଣୀ ଭୂମିକା ନିର୍ବାହ କରିଥିଲେ। ଯୁବ ପରିଷଦ ର ଉପସଭାପତି ଅଞ୍ଜନ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।
