
କଳାହାଣ୍ଡି (କିଶନ ଶର୍ମା) : ମାଇ ଭାରତ କଳାହାଣ୍ଡି (ଯୁବ ବ୍ୟାପାର କ୍ରୀଡା ମନ୍ତ୍ରଣାଳୟ, ଭାରତ ସରକାର) ଓ ଜୱାନ୍ ଫିଯିକାଲ୍ ଏକାଡେମୀ, ଭବାନୀପାଟଣାର ମିଳିତ ଆନୁକୂଲ୍ୟରେ ମେଦିନିପୁର ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଜିଲ୍ଲା ଯୁବ ଅଧିକାରୀ ପ୍ରସନ୍ନ ମେହେରଙ୍କ ତତ୍ତ୍ବାବଧାନରେ କାର୍ଗିଲ୍ ବିଜୟ ଦିବସ ପାଳନ କରାଯାଇଥିଲା । କାର୍ଯ୍ୟକ୍ରମର ଆରମ୍ଭ ଏକ ଦେଶପ୍ରେମମୟ ରାଲି ମାଧ୍ୟମରେ, ଯେଉଁଥିରେ ଯୁବପିଢି ଦେଶ ପାଇଁ ତାଙ୍କର ଦାୟିତ୍ୱ ବୁଝି ପାରୁଥିବା ଲକ୍ଷ୍ୟ ରଖାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଦେଶପ୍ରେମ, ସେନାଙ୍କ ତ୍ୟାଗ ଓ ତାଙ୍କର ଅଦ୍ୱିତୀୟ ସାହସ ବିଷୟରେ ଅତିଥି ମାନେ ଆଲୋକପାତ କରିଥିଲେ। ଏଥିରେ ଅତିଥି ଭାବେ ଥିଲେ ସୁଶିଲ କୁମାର ବିଶ୍ୱାଳ, ପ୍ରଧାନ ଶିକ୍ଷକ, ମେଦିନିପୁର ଉଚ୍ଚ ବିଦ୍ୟାଳୟ, ଭୁପେନ୍ଦ୍ର ନାଏକ, ଅବସରପ୍ରାପ୍ତ ସେନା କର୍ମଚାରୀ,ମହାର ରେଜିମେଣ୍ଟ (ସେବା:2002-2019), ହାବିଲଦାର ରାଜକିଶୋର ପତି, EME ବିଭାଗ (ସେବା: 1969-1993), ସୁବେଦାର କେ. କେ. ବାଗ, ବିହାର ରେଜିମେଣ୍ଟ (ସେବା: 1983-2011) ଓ ବାହାଦୁର ସେନା ଯେଉଁମାନେ ଦେଶ ପାଇଁ ସହିଦ୍ ହୋଇଛନ୍ତି, ସେମାନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ଯୁବପୀଢ଼ି ଦେଶ ମାତୃକାର ସେବା ପାଇଁ ଦୃଢ ଇଚ୍ଛାଶକ୍ତି ଓ ମନୋବଳ ନେଇ ଦେଶ ପାଇଁ କିଛି କରିପାରିବା ଦାୟିତ୍ୱ ନେବା ଉଚିତ ବୋଲି ଅତିଥିମାନେ ଆହ୍ଵାନ ଦେଇଥିଲେ। ପରିସେଶରେ ପ୍ରକୃତି ବନ୍ଧୁ ଶମ୍ଭୁ ବିଶି ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଗିଲ ବିଜୟ ଦିବସ ପାଳନ ଅବସରରେ ବୃକ୍ଷରୋପଣ ଅଭିଯାନ ଅନୁଷ୍ଠିତ ହୋଇଥିଲା ,ଏଥିରେ ଚୁଡାମଣି ମାଝି, ରାଜବୀର ବାଗ, ଦୀପକ ବେହେରା, ମନୀଷ ସାହୁ, ଅଭିଷେକ ମହାପାତ୍ର, ବନ୍ଦୀନୀ ମାଝି, ବୃନ୍ଦାବତୀ ନାଗ, ବିଷ୍ମ ବାଗ ପ୍ରମୁଖ ସହଯୋଗ କରିଥିଲେ।