*ମଣ୍ଟୁ ଭାଇଙ୍କ ଉପସ୍ଥିତିରେ ଚମକିଲା ଚେଙ୍ଗୁଆ ମଙ୍ଗଳପୁର, ଅନୁଷ୍ଠିତ ହେଲା ୩୧ତମ ମହାତ୍ମାଗାନ୍ଧୀ କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ*
*ବଡ଼ସାହି, ୨୪/୧୧ (ମୟୂରଭଞ୍ଜ) :*
*୧.* ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚେଙ୍ଗୁଆ ମଙ୍ଗଳପୁର ଠାରେ ପବିତ୍ର ରାସ ପୂର୍ଣ୍ଣିମା ଉପଲକ୍ଷେ ଗାନ୍ଧୀଜୀ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ୩୧ତମ ଏକଦିବସୀୟ ମହାତ୍ମାଗାନ୍ଧୀ କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ମହାଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି।
*୨.* ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଶ୍ରୀକାନ୍ତ ଜେନା ଫିତା କାଟି ଟୁର୍ଣ୍ଣାମେଣ୍ଟର ଶୁଭ ଉଦ୍ଘାଟନ କରିଥିଲେ। ମୁଖ୍ୟ ବକ୍ତା ଭାବେ ବଡ଼ସାହିର ପୂର୍ବତନ ବିଧାୟକ ଶ୍ରୀ ଗଣେଶ୍ୱର ପାତ୍ର (ମଣ୍ଟୁ ଭାଇ) ଯୋଗଦେଇ ପୁରା କାର୍ଯ୍ୟକ୍ରମକୁ ଚମକାଇ ଦେଇଥିଲେ।
*୩.* ମଣ୍ଟୁ ଭାଇ ପହଞ୍ଚିବା ମାତ୍ରେ ଚେଙ୍ଗୁଆ ମଙ୍ଗଳପୁର ଛକରେ ହଜାର ହଜାର ଦର୍ଶକ ଓ କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା। ଧୁମସା-ମାଦଳର ତାଳେ ତାଳେ ଆଦିବାସୀ ମାନଙ୍କ ପାରମ୍ପରିକ ନୃତ୍ୟ ମାଧ୍ୟମରେ ଅଞ୍ଚଳବାସୀ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ। ଅଞ୍ଚଳବାସୀଙ୍କ ସୁଖ-ଦୁଃଖର ସାଥି ଭାବେ ପରିଚିତ ମଣ୍ଟୁ ଭାଇ ସମସ୍ତଙ୍କ ସହ ମିଶି କୁଶଳ ବିନିମୟ କରିଥିଲେ।
*୪.* ନିଜ ବକ୍ତବ୍ୟରେ ଶ୍ରୀ ପାତ୍ର କହିଥିଲେ, ଖେଳ ଯୁବ ପିଢ଼ିକୁ ଏକତା, ଶୃଙ୍ଖଳା ଓ ସୁସ୍ଥ ପ୍ରତିଯୋଗିତା ଶିଖାଏ। ୩୧ ବର୍ଷ ଧରି ଚାଲି ଆସୁଥିବା ଏହି ଟୁର୍ଣ୍ଣାମେଣ୍ଟ ଚେଙ୍ଗୁଆ ମଙ୍ଗଳପୁର ମାଟିର ଗୌରବ। ଏହାକୁ ଆଗକୁ ନେବା ପାଇଁ ସେ ସବୁ ପ୍ରକାର ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।
*୫.* ଏହି ଅବସରରେ ସମ୍ମାନୀୟ ଅତିଥି ଭାବେ ରେମୁଣାର ପୂର୍ବତନ ବିଧାୟକ ଓ ବଡ଼ସାହି ପଞ୍ଚାୟତ ସମିତିର ଉପାଧ୍ୟକ୍ଷ ଶ୍ରୀ କାଞ୍ଚନ ପ୍ରଧାନ, ମାନଗୋବିନ୍ଦପୁର ପଞ୍ଚାୟତର ସମିତି ସଭ୍ୟ ତଥା ବିଜେଡିର ଯୁବ ନେତା ଶ୍ରୀ ରାକେଶ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।
*୬.* ସର୍ବଶେଷରେ ବିଜୟୀ କୃତି ଖେଳାଳୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିବା ସହ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ଶ୍ରୀ ପାତ୍ର ଅନୁଷ୍ଠାନର ସଭାପତି, ସମ୍ପାଦକ ଏବଂ ସମସ୍ତ ସଦସ୍ୟମାନଙ୍କୁ ସାଧୁବାଦ ଜଣାଇ ସଭା ସାଙ୍ଗ କରିଥିଲେ।
*ମୟୂରଭଞ୍ଜରୁ ଶୁଭାଶିଷ ଚୌଧୁରୀଙ୍କ ସହ ମୋନାଲି ସାହୁଙ୍କ ରିପୋର୍ଟ, ଭଞ୍ଜଦୂତ ଖବର*
