ସଡ଼କ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଖଇରା ସାମ୍ବାଦିକ ସଞ୍ଜୟ ବେହେରା।
ସୋର(ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ,ନିପ୍ର): ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଛନ୍ତି ଜଣେ ସାମ୍ବାଦିକ। ସୂଚନାଯୋଗ୍ୟ ଆଜି ସକାଳ ପ୍ରାୟ ୧୦ଟାରୁ ୧୧ଟା ମଧ୍ୟରେ ଦୈନିକ ଖବରକାଗଜ ‘ନିତିଦିନ’ର ଖଇରା ସାମ୍ବାଦିକ ସଞ୍ଜୟ ବେହେରା ସ୍କୁଟି ଯୋଗେ ଖଇରାରୁ ବାଲେଶ୍ୱର ଯାଉଥିଲେ। ତେବେ କାନପୁର ନିକଟରେ ହଠାତ୍ ଗାଡ଼ି ଆଗକୁ ଜଣେ ସାଇକେଲ ଆରୋହୀ ଚାଲି ଆସିବାରୁ ଉଭୟଙ୍କ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଏଥିରେ ସାମ୍ବାଦିକ ସଞ୍ଜୟ ବେହେରାଙ୍କ ହାତ, ଗୋଡ଼ ଓ ଛାତିରେ ଆଘାତ ଲାଗିଛି। ତାଙ୍କୁ ତୁରନ୍ତ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ବର୍ତ୍ତମାନ ସେ ସୁସ୍ଥ ହୋଇ ଘରକୁ ଫେରିଥିବା ସୂଚନା
ମିଳିଛି।
