୧୧.୮ କେଜି ଗଞ୍ଜେଇ ଜବତ, ଜଣେ ଗିରଫ।
ରେଢ଼ାଖୋଲ ୨୧.୧୧(ଭଂଜଦୂତ ): ସମ୍ବଲପୁର ଜିଲ୍ଲା ଚାରମାଳ ଥାନା ଅଧୀନ ଚୁଡ଼ାପୁଡୁଗ ଗ୍ରାମରେ ଚଢ଼ାଉ କରି ୧୧ କେଜି ୮୦୦ ଗ୍ରାମ ବେଆଇନ ଚୋର ଚାଲାଣ ଗଞ୍ଜେଇ ଜବତ କରିବା ସହ ଏଥିରେ ଜଣେ ଅଭିଯୁକ୍ତ ଗିରଫ କରିଛି ଚାରମାଳ ପୋଲିସ। ଅଭିଯୁକ୍ତ ଜଣଙ୍କ ହେଲେ ବଲାଙ୍ଗୀର ଜିଲ୍ଲା ସଦର ଥାନା ଅନ୍ତର୍ଗତ କୁସମେଲ, ଆରଆର କଲୋନୀ ବାସିନ୍ଦା ପ୍ରକାଶ ପାଟଣିଆ(୧୯)। ସୂଚନା ଅନୁଯାୟୀ, ଚାରମାଳ ପୋଲିସ ଖବର ପାଇ ଅଞ୍ଚଳର ହୀରେନ୍ଦ୍ର କର୍ଣ୍ଣଙ୍କ ଘରେ ଚଢ଼ାଉ କରି ଏହି ଗଞ୍ଜେଇ ଜବତ କରାଯାଇଥିବା ଉକ୍ତ ଅଭିଯୁକ୍ତ ପ୍ରକାଶ ପାଟଣିଆ ଙ୍କୁ ପୋଲିସ ଗିରଫ କରିଛି। ଏ ସଂକ୍ରାନ୍ତରେ ଚାରମାଳ ଥାନାରେ କେସ୍ ନଂ ୧୮୫/୨୬ ରେ ଏନ୍ଡିପିଏସ୍ ଆଇନର ଧାରା ୨୦(ବି) ଅନୁଯାୟୀ ମାମଲା ରୁଜୁ ହୋଇଛି। ଏହି ବେଆଇନ କାରବାରରେ ଆଉ କେଉଁ ମାନେ ସମ୍ପୃକ୍ତ ଅଛନ୍ତି, ସେନେଇ ପୋଲିସ ତଦନ୍ତ ଜାରି ରଖିବା ସହ ଅନ୍ୟ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରହିଛି।
