ମହିମା ଆଶ୍ରମରେ ବିଶ୍ୱ ଶାନ୍ତି ଅଖଣ୍ଡ ନାମଯଜ୍ଞ।
ରେଢ଼ାଖୋଲ ୨୧.୧୧(ଭଂଜଦୂତ ): ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ କଲେଜ ଛକ ନିକଟସ୍ଥ ଭୀମଭୋଇ ସେବା ସଦନ ସ୍ମୃତିପୀଠ ମହିମା ଆଶ୍ରମ ଠାରେ ଦ୍ୱାବିଂଶ ତମ ବିଶ୍ୱ ଶାନ୍ତି ଓ ସମଗ୍ର ମାନବ ସମାଜର ମଙ୍ଗଳ କାମନା କରି ଅଖଣ୍ଡ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବ୍ରହ୍ମ ଅବଧୂତ ବାବା ଆନନ୍ଦ ଚନ୍ଦ୍ର ଦାସଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ଅଖଣ୍ଡ ନାମଯଜ୍ଞରେ ମହିମା ଧର୍ମାବଲମ୍ବୀ ବହୁ ସଂଖ୍ୟକ ଭକ୍ତ ଓ ଶ୍ରଦ୍ଧାଳୁ ସମେତ ସ୍ଥାନୀୟ ଜନସାଧାରଣ ଯୋଗଦେଇ ନାମ ସଂକୀର୍ତ୍ତନ କରିଥିଲେ। ଭକ୍ତି, ଶ୍ରଦ୍ଧା ଓ ଆଧ୍ୟାତ୍ମିକ ଭାବନାରେ ଆଶ୍ରମ ପରିସର ମୁଖରିତ ହୋଇ ଉଠିଥିବା ବେଳେ ସମଗ୍ର ପରିବେଶ ଭକ୍ତିମୟ ହୋଇପଡ଼ିଥିଲା। ଏହି ନାମଯଜ୍ଞ ମାଧ୍ୟମରେ ବିଶ୍ୱରେ ଶାନ୍ତି, ସଦ୍ଭାବନା ଓ ମାନବ କଲ୍ୟାଣର ବାର୍ତ୍ତା ପ୍ରଚାର କରାଯାଇଥିଲା। ଏଥିରେ ପୂର୍ବତନ ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀ, ରେଢ଼ାଖୋଲ ବ୍ଲକ ଅଧ୍ୟକ୍ଷ ପ୍ରଦୀପ ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ ଶରତ କୁମାର ପ୍ରଧାନ ପ୍ରମୁଖ ସମେତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଯୋଗ ଦେଇଥିଲେ। ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଅବଧୂତ ସ୍ୱାଧୀନ ବାବା, ସାଧୁ କୃଷ୍ଣ ଦାଶ, ସାଧୁ ବୈଷ୍ଣବ ଦାଶ, ଗୋକୁଳା ଦାଶ, କରୁଣାକର ଦାଶ, ମଞ୍ଜୁ ମାତା ଏବଂ କମିଟି ସଦସ୍ୟ ସୁନୀଲ ପ୍ରଧାନ, ଛବିଳ ପ୍ରଧାନ, ମହାବୀର ସିଂ ଦେଓ, ବାପୁ ପୃସେଠ, ଡେନି ପ୍ରଧାନ, ଶଶାଙ୍କ ଗିରୀ, କାଳିଆ ପ୍ରଧାନ ପ୍ରମୁଖ ସମେତ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ରହି ସକ୍ରିୟ ସହଯୋଗ କରିଥିଲେ। ଶେଷରେ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ପ୍ରସାଦ ସେବନ କରି ହର୍ଷ ଉଲ୍ଲାସରେ ଫେରିଥିଲେ।
