*କାବ୍ୟଯୋଗୀ ଯୋଗିନାଥ ରାଉଳଙ୍କ ଏକାଦଶାହ ଶ୍ରଦ୍ଧାଞ୍ଜଳି ସଭା* l ଗଁନ୍ଦିଆ (ରିପୋର୍ଟ ବିରଞ୍ଚି ନାରାୟଣ ସାହୁ ଭଞ୍ଜଦୂତ ଖବର )
ଅଦ୍ୟ ତା 3.11.2026 ରିଖ ମଙ୍ଗଳ ବାର ଏକାଦଶାହ ଅବସରରେ କାବ୍ୟ ଯୋଗୀ ଯୋଗିନାଥ ଙ୍କ ରଉଦ୍ଦେଶ୍ୟ ରେ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବଡ଼ଜେନା ସାହିତ୍ୟ ସଂସଦ ର ସଭାପତି ଶ୍ରୀଯୁକ୍ତ ଶଙ୍କର୍ଷଣ ଶତପଥୀ, ମୁଖ୍ୟ ବକ୍ତା ମହିମା ସାହିତ୍ୟ ସଂସଦ ର ସମ୍ପାଦକ ସୁଧାଂଶୁ ଶେଖର ରାଉତ , ସମ୍ମାନିତ ଅତିଥି ଭାବେ
ଚାରଣ ପ୍ରମୁଖ ତଥା ମହତାବ ସାହିତ୍ୟ ସଂସଦ ର ସମ୍ପାଦକ ଅରୁଣ କୁମାର ପୁହାଣ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଢେଙ୍କାନାଳ ଥୀଙ୍କର୍ଷ ଫୋରମ ର ସାହିତ୍ୟ ପତ୍ରିକା ଚରୈବେତି ର ପ୍ରମୁଖ ସୁଶୀଲ କୁମାର ନନ୍ଦ ଯୋଗ ଦେଇଥିଲେ ।ଉକ୍ତ ଶ୍ରଦ୍ଧାଞ୍ଜଳି ସଭାରେ ପ୍ରକୃତି ବନ୍ଧୁ ତଥା ସୁସାହିତ୍ୟିକ ହରିହର ସାହୁ, ଥୀଙ୍କର୍ଷ ଫୋରମ ର ସମ୍ପାଦକ ପ୍ରକାଶ ଚନ୍ଦ୍ର ରାଉତ, ସଭାପତି ସୋମେନ୍ଦୁ ଶତପଥୀ, ମହିମା ସାହିତ୍ୟ ସଂସଦ ର ସଭାପତି ନିରୋଦ ଚନ୍ଦ୍ର ସାମଲ, ବଡ଼ଜେନା ସାହିତ୍ୟ ସଂସଦ ର ଉପ ସଭାପତି ଶ୍ରୀବତ୍ସ ନାୟକ, ପ୍ରେମାନନ୍ଦ ରାଉତ, ବୈକୁଣ୍ଠ ବିହାରୀ ସ୍ୱାଇଁ, କବି ଗୌରବ ବିଦ୍ୟାଧର ବାରିକ, ସସ୍ମିତା ରାଉତ,ବ୍ରଜନାଥ ସ୍ମୃତି ସଂସଦ ର ସଭାପତି ଶ୍ରୀଯୁକ୍ତ ରବି ନାରାୟଣ ରାଉଳ, ଆବାହକ ମନୋଜ କୁମାର ମହାନ୍ତି ଯୋଗ ଦେଇଥିବା ବେଳେ କାର୍ଯ୍ୟକ୍ରମ କୁ ଆବାହିକା ରଶ୍ମିତା ରାଉତ ପରିଚାଳନା କରିଥିଲେ । ସମସ୍ତ ଅତିଥି ତଥା କବି ଏଭଳି ଜଣେ ପ୍ରଥିତ ଯଶା କବି ଆର୍ଥିକ ଅଭାବ ଅନାଟନ ରୁ ନିଜର ପୁସ୍ତକ ଗୁଡିକ ପ୍ରକାଶ କରିବାରୁ ବଞ୍ଚିତ ଥିବା ଏଭଳି ବ୍ୟକ୍ତି ବିଶେଷ ଙ୍କୁ ସାହିତ୍ୟ ଅକାଦେମୀ ଉଚିତ ସମ୍ମାନ ଦେଇ ପାରିଲା ନାହିଁ ବୋଲି କ୍ଷୋଭ ପ୍ରକାଶ କରିଥିଲେ । ସାହିତ୍ୟ କୁ ନିଜର ପ୍ରାଣ ଠାରୁ ଅଧିକ ଭଲ ପାଉଥିବା କବି ଆଜି ନିରାଶ ରେ ଆଖି ବୁଜିଦେଲେ। ଶେଷରେ କବିଙ୍କ କନ୍ୟା ବିଦ୍ୟୁତ ଲତା ରାଉଳ, ନାତି ଜନ୍ମେଜୟ ରାଉଳ,ଚିରଞ୍ଜିଵୀ ରାଉଳ,ନାତୁଣୀ ସୁଶ୍ରୀ ସୌନ୍ଦର୍ଯ୍ୟା ରାଉଳ ଓ ନାତୁଣୀ ଜ୍ୱାଇଁ ବ୍ୟୋମକେଶ ବିଶ୍ୱାଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ନିଜ ଜେଜେ ବାପା ଙ୍କ ପାଇଁ କିଛି କରି ପାରି ନଥିବାରୁ ଅତ୍ୟନ୍ତ ମର୍ମାହତ ଥିଲେ। ଶେଷରେ ଅରୁଣ ପୁହାଣ ମହୋଦୟ ଶାନ୍ତି ପାଠ କରି ସଭା ସାଙ୍ଗ କରିଥିଲେ ।
