*ଢେଙ୍କାନାଳ ଜିଲ୍ଲା ବିଦ୍ୟାଳୟ ସମୂହ ଭଲିବଲ ଓ ଖୋ – ଖୋ କ୍ରୀଡା ପ୍ରତିଯୋଗିତା ଉଦ୍ ଘାଟିତ ହୋଇଯାଇଛି l* ଢେଙ୍କାନାଳ (ରିପୋର୍ଟ ବିରଞ୍ଚି ନାରାୟଣ ସାହୁ ଭଞ୍ଜଦୂତ ଖବର )
ଗଁଦିଆ ତା ୩୧. ୧୦.୨୦୨୬
ଗଁଦିଆ ବ୍ଳକ ର ସଦର ମହକୁମା ଥିବା ଗଁଦିଆ ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ରେ ଢେଙ୍କାନାଳ ଜିଲ୍ଲା ସମୂହ ଭଲିବଲ୍ ଓ ଖୋ- ଖୋ କ୍ରୀଡା ପ୍ରତିଯୋଗିତା ବଡ ଆଡ଼ମ୍ବର ସହକାରେ ଗଁଦିଆ ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଅରୁଣ କୁମାର ଓଝା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଢେଙ୍କାନାଳ ଜିଲ୍ଲା ଶିକ୍ଷା ଅଧିକାରୀ ପରେଶ ଚନ୍ଦ୍ର ପାତ୍ର, ବିଶିଷ୍ଟ ଅତିଥି ଭାବେ ଗଁଦିଆ ସରକାରୀ ଉଚ୍ଚ ବିଦ୍ୟାଳୟ ର ପଞ୍ଚସଖା ଶିକ୍ଷା ସେତୁ କମିଟି ର ସଭାପତି ତଥା ପ୍ରାକ୍ତନ ସ୍ବତନ୍ତ୍ର ବିଚାରପତି ସିବିଆଇ ଭିକାରୀ ଚରଣ ରାଉତ, କପିଳାସ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ ଗୋଲକ ନାୟକ କ୍ରୀଡା ଭାଇଚାରାର ବାର୍ତା ପ୍ରଦାନ କରିବା ସହିତ ଶୃଙ୍ଖଳିତ ଜୀବନଯାପନ ଗଠନ ରେ ସହାୟକ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ। ଜିଲ୍ଲା ଶାରିରୀକ ଶିକ୍ଷା ଅଧିକାରୀ ସୁଜାତା ପଟ୍ଟନାୟକ ପ୍ରାରମ୍ଭିକ ଭାଷଣ ଓ ସ୍ବାଗତ ଅଭିଭାଷଣ ପ୍ରଦାନ କରି ଅବିଭକ୍ତ ଢେଙ୍କାନାଳ ଜିଲ୍ଲାର ଛାତ୍ରଛାତ୍ରୀମାନେ କ୍ରୀଡା କ୍ଷେତ୍ରରେ ଅନେକ ସଫଳତା ଆଣିଥିବାରୁ ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ଭାଇଚାରା ନେଇ ଖେଳିବା ପାଇଁ ପରାମର୍ଶ ପ୍ରଦାନ କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗଁଦିଆ କଣ୍ଠ ଦେହୁରୀ, ବିଦ୍ୟାଳୟ ପରିଚାଳନା ପରିଷଦ ସଭାପତି ରାଜେଶ କୁମାର ବାରିକ, ପ୍ରାକ୍ତନ ପରିଚାଳନା ପରିଷଦ ସଭାପତି ଅମୀୟ କୁମାର ଜେନା, ରାଜ୍ୟ, ପ୍ରକୃତି ବନ୍ଧୁ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ହରିହର ସାହୁ, ପରିବେଶବିତ୍ ଉପେନ୍ଦ୍ର କୁମାର ରାଉତ ମଞ୍ଚାସୀନ ହୋଇ ଉଦ୍ ବୋଧନ ଦେଇଥିଲେ।ଜିରାଳ ସରକାରୀ ଉଚ୍ଚ ବିଦ୍ୟାଳୟ ର ଶାରିରୀକ ଶିକ୍ଷକ ବିପିନୀ ବିହାରୀ ସାହୁ ମଞ୍ଚ ପରିଚାଳନା କରିଥିଲେ। ସରକାରୀ ଉଚ୍ଚ ବିଦ୍ୟାଳୟ ଗଁଦିଆ ର ଛାତ୍ରୀ ମାନେ ସ୍ବାଗତ ସଙ୍ଗୀତ ପରିବେଷଣ କରିଥିଲେ। ଗଁଦିଆ ସରକାରୀ ଉଚ୍ଚ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ସହିତ ଢେଙ୍କାନାଳ ଜିଲ୍ଲା ର ବିଭିନ୍ନ ବିଦ୍ୟାଳୟ ରୁ ଆସିଥିବା ସମସ୍ତ ଶାରୀରିକ ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ। ମୁଖ୍ୟ ଅତିଥି ତଥା ଢେଙ୍କାନାଳ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପାତ୍ର ପତାକା ଉତ୍ତୋଳନ କରି ଅଭିବାଦନ ଗ୍ରହଣ କରିଥିଲେ। ମୁଖ୍ୟ ଅତିଥି ଙ୍କ ସହିତ ଉପସ୍ଥିତ ସମସ୍ତ ଅତିଥି ବୃନ୍ଦ ଅଭିବାଦନ ଗ୍ରହଣ କରିଥିଲେ ଓ କ୍ରୀଡ଼ାବିତ୍ ମାନଙ୍କୁ ଉତ୍ସାହିତ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ୩୯୨ ଜଣ ଉପସ୍ଥିତ ହୋଇ କାର୍ଯ୍ୟକ୍ରମ ର ସମୃଦ୍ଧି ବୃଦ୍ଧି କରିଥିଲେ।
