ଆସ୍ଥା ଓ ପରମ୍ପରାର ମହାମିଳନ, ଆମପାଣିରେ ବୁଢ଼ାରଜାଙ୍କ ଦଶରା
(କଳାହାଣ୍ଡି ଜିଲ୍ଲା କୋକସରା ରୁ ମଣ୍ଟୁ ପାଣିଗ୍ରାହୀ ଭଞୀଦୁତ ଖବର)
ଦେବଦେବୀଙ୍କ ମାମୁଁ ଭାବେ ପୂଜିତ ପ୍ରଭୁ, ଶ୍ରଦ୍ଧାଳୁଙ୍କ ମଧ୍ୟରେ ଉତ୍ସାହ
କଳାହାଣ୍ଡି ଜିଲ୍ଲାର ଆମପାଣିଠାରେ ପାଳିତ ହେଉଛି ପ୍ରଭୁ ବୁଢ଼ାରଜାଙ୍କ ବାର୍ଷିକ ଦଶରା ପର୍ବ। ଏହି ପାରମ୍ପରିକ ଧାର୍ମିକ ଉତ୍ସବକୁ ନେଇ ଅଞ୍ଚଳରେ ଦେଖାଦେଇଛି ଭକ୍ତିମୟ ପରିବେଶ। ପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ରହିଛି ବେଶ୍ ଉତ୍ସାହ।
ଆସ୍ଥା ଓ ପରମ୍ପରା
କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲା ସୀମାନ୍ତରେ ଆମପାଣି ଘାଟି ତଳେ ଅବସ୍ଥିତ ପ୍ରଭୁ ବୁଢ଼ାରଜାଙ୍କ ପ୍ରସିଦ୍ଧ ପୀଠ। ଅଞ୍ଚଳର ଦେବଦେବୀଙ୍କ ମାମୁଁ ଭାବେ ପୂଜିତ ପ୍ରଭୁଙ୍କ ପ୍ରତି ରହିଛି ଅଗାଧ ଆସ୍ଥା ଓ ବିଶ୍ୱାସ। ପରମ୍ପରା ଅନୁଯାୟୀ, ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ପରେ କାର୍ତ୍ତିକ ମାସର ପ୍ରଥମ ଶନିବାରରେ ପାଳିତ ହୁଏ ଏହି ବାର୍ଷିକ ଦଶରା। ଏହି ପର୍ବ କଳାହାଣ୍ଡିର ସମୃଦ୍ଧ ଲୋକସଂସ୍କୃତି ଓ ଧାର୍ମିକ ପରମ୍ପରାର ଏକ ନିଆରା ପରିଚୟ। ସୁରକ୍ଷା ବ୍ୟବସ୍ଥ
ଅନ୍ୟପଟେ, ବାର୍ଷିକ ଦଶରାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବା ପାଇଁ ସୁରକ୍ଷା ଓ ଟ୍ରାଫିକ୍ ନିୟନ୍ତ୍ରଣକୁ ଗୁରୁତ୍ୱ ଦିଆଯାଇଛି। ଜାତୀୟ ରାଜପଥ ୨୬ ନିକଟରେ ପୀଠ ଅବସ୍ଥିତ ଥିବାରୁ ଶ୍ରଦ୍ଧାଳୁଙ୍କ ଯାତାୟାତ ଓ ଯାନବାହନ ଚଳାଚଳକୁ ସୁବ୍ୟବସ୍ଥିତ କରିବା ଉପରେ ରହିଛି ଗୁରୁତ୍ୱ। ଆସ୍ଥା, ବିଶ୍ୱାସ ଓ ପରମ୍ପରାର ଏହି ମହାମିଳନ ଆଜି ବି ଅଞ୍ଚଳବାସୀଙ୍କ ଧାର୍ମିକ ଭାବନାକୁ ଏକ ସୂତ୍ରରେ ବାନ୍ଧି ରଖିଛି।
ଆସ୍ଥା, ବିଶ୍ୱାସ ଓ ପରମ୍ପରାର ଏହି ମହାମିଳନରେ ମୁଖରିତ ହୋଇଉଠିଛି ଆମପାଣିର ପ୍ରଭୁ ବୁଢ଼ାରଜାଙ୍କ ପୀଠ। ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ବାର୍ଷିକ ଦଶରାକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି। କଳାହାଣ୍ଡିର ଏହି ପାରମ୍ପରିକ ପର୍ବ ଧାର୍ମିକ ବିଶ୍ୱାସ ସହ ସାଂସ୍କୃତିକ ଏକତାର ବାର୍ତ୍ତା ଦେଉଛି।
