ଆଗରପାଣରେ ଲକ୍ଷ୍ମୀପୂଜା ମଣ୍ଡପ ବୁଲିଲେ ବିଧାୟକ ସଞ୍ଜୀବ ମଲ୍ଲିକ
ଆଗରପଡ଼ା,( କଳିଙ୍ଗ ଫୋକସ ) ଆଗରପଡ଼ା ରେ ପ୍ରତିବର୍ଷ ପରି ଚଳିତବର୍ଷ ମା ଲକ୍ଷ୍ମୀଙ୍କ ପୂଜା ଉତ୍ସବ ମହାଆଡମ୍ବରରେ ପାଳିତ ହେଉଅଛି ।କୁଆଁଶମଢ଼ିଆ ଛକ, ଗଡ଼ଗଡି ଛକ,ମହତାବ ଛକ ସମେତ ରାଉତରାପୁର,ପାଟକନା ଆଦି ଗ୍ରାମରେ ଲକ୍ଷ୍ମୀପୂଜା ଆରମ୍ଭ ହୋଇଛି । ସୁଉଚ୍ଚ ତୋରଣ ସାଙ୍ଗକୁ ଆଲୋକମାଳା ପ୍ରତି ମଣ୍ଡପରେ ଶୋଭା ପାଉଛି । ଭଜନ, କୀର୍ତ୍ତନ ଧୂନୀରେ ଏହି ପୂଜା ମଣ୍ଡପ ମାନଙ୍କରେ ଅପୂର୍ବ ଧାର୍ମିକ ପରିବେଶ ସୃଷ୍ଟି ହୋଇଛି । ଭଣ୍ଡାରୀପୋଖରୀ ବିଧାୟକ ସଞ୍ଜୀବ ମଲ୍ଲିକ ମା ଲକ୍ଷ୍ମୀଙ୍କୁ ଦର୍ଶନ କରି ଆଶୀଷ ଭିକ୍ଷା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପରିଷଦ ସଭାପତି ପ୍ରଫୁଲ୍ଲ ଯେନା , ଜିଲ୍ଲା ବିଜେଡ଼ି ଉପସଭାପତି ପ୍ରଶାନ୍ତ ଦାଶ, ସମ୍ପାଦକ ଅଶୋକ ପାଣିଗ୍ରାହୀ, ରାଜ୍ୟ ଛାତ୍ର ସମ୍ପାଦକ ଚିନ୍ମୟ ଦାସ, ବ୍ଲକ ସଭାପତି ଲକ୍ଷ୍ମୀକାନ୍ତ ମହାନ୍ତି , ଜିଲ୍ଲା ଯୁବ ଉପସଭାପତି ପ୍ରଦ୍ୟୁମ୍ନ ପୁହାଣ,ଯୁବ ନେତା ଜୟଦେବ ସିଂହ , ପୁରୁଷଣ୍ଢ ପଞ୍ଚାୟତ ବିଜେଡି ସଭାପତି ବିଷ୍ଣୁଚରଣ ସାହୁ ,ପ୍ରମୁଖ ନେତାମାନେ ଉପସ୍ଥିତ ଥିଲେ ।
